ତେଲେଙ୍ଗାନା ସରକାରଙ୍କ ଘୋଷଣା: ମୃତ ୭୫୦ ଚାଷୀଙ୍କ ପରିବାରକୁ ୩ ଲକ୍ଷ ଲେଖାଏଁ ସହାୟତା

ନୂଆଦିଲ୍ଲୀ : ଚାଷୀ ଆନ୍ଦୋଳନ ସମୟରେ ବିଭିନ୍ନ କାରଣରୁ ପ୍ରାଣ ହରାଇଥିବା ୭୫୦ ଜଣ ଚାଷୀଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ ବୋଲି ରବିବାର ଦିନ ତେଲେଙ୍ଗାନା ସରକାର ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ନୂଆ କୃଷି ଆଇନ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିବାର ଦିନକ ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରବିବାର ଏହି ଘୋଷଣା କରିଛନ୍ତି। ଏହା ସହିତ କେନ୍ଦ୍ର ସରକାର ମୃତ ଚାଷୀଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ସେ ଦାବି କରିଛନ୍ତି। ରାଜ୍ୟ ବିଜେପି ନେତାମାନେ କହିଛନ୍ତି ଯେ ଚାଷୀଙ୍କ ପ୍ରତି ସମସ୍ତଙ୍କର ସମବେଦନା ରହିଛି କିନ୍ତୁ ଆନ୍ଦୋଳନକୁ ଉସୁକାଇବା ଏବଂ ଅନର୍ଥ ସୃଷ୍ଟି କରିବାକୁ କେତେକ ଗୋଷ୍ଠୀଙ୍କ ପ୍ରୟାସ ଜାରି ରହିଛି। କେବଳ ରାଜନୈତିକ କାରଣରୁ କୃଷି ଆଇନକୁ ବିରୋଧ କରାଯାଉଛି ବୋଲି ବିଜେପି କହିଛି।

ସମ୍ବନ୍ଧିତ ଖବର