ଗଲୱାନ ଘାଟିରେ ସହିଦ ହୋଇଥିବା କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପତ୍ନୀ ହେଲେ ଉପଜିଲ୍ଲାପାଳ

ନୂଆଦିଲ୍ଲୀ: ଗଲୱାନ ଘାଟିରେ ଭାରତ ଏବଂ ଚୀନ୍ ସୈନ୍ୟଙ୍କ ଭିତରେ ଘଟିଥିବା ହିଂସାତ୍ମକ ଲଢେଇରେ ଭାରତ ତାର ୨୦ ସୁପୁତ୍ରଙ୍କୁ ହରାଇଥିଲା, ଯେଉଁଥିରେ ଥିଲେ ସହିଦ୍ ସନ୍ତୋଷ ବାବୁ । ଦେଶ ପାଇଁ ସେ ନିଜ ଜୀବନକୁ ବାଜି ଲଗାଇ ଥିବା ବେଳେ ଆଜି ତାଙ୍କର ଦେଶପ୍ରେମକୁ ଭିନ୍ନ ଢଙ୍ଗରେ ସମ୍ମାନ ଜଣାଇଛନ୍ତି ତେଲେଙ୍ଗାନା ସରକାର | ସହିଦ ହୋଇଥିବା କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପତ୍ନୀ ସନ୍ତୋଷୀଙ୍କୁ ତେଲେଙ୍ଗାନା ସରକାର ଉପଜିଲ୍ଲାପାଳ ପଦରେ ନିଯୁକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବୁଧବାର ସନ୍ତୋଷୀଙ୍କୁ ଏ ନେଇ ଏକ ସରକାରୀ ନିଯୁକ୍ତି ପତ୍ର ପ୍ରଦାନ କରିଥିବା ଜଣା ପଡିଛି । କେବଳ ହାଇଦ୍ରାବାଦ କିମ୍ବା ନିକଟବର୍ତ୍ତୀ ଅଞ୍ଚଳରେ ସହିଦଙ୍କ ପତ୍ନୀ ନିଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Andhrawishesh

ସୂଚନା ମୁତାବକ, ବର୍ତ୍ତମାନ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପତ୍ନୀ ସନ୍ତୋଷୀ ତାଙ୍କର ୮ ବର୍ଷର ଝିଅ ଏବଂ ୩ ବର୍ଷର ପୁଅ ସହିତ ଦିଲ୍ଲୀରେ ରହୁଛନ୍ତି । ସନ୍ତୋଷଙ୍କ ମା’ ହାଇଦ୍ରାବାଦରେ ରହୁଥିବାରୁ ହାଇଦ୍ରାବାଦ କିମ୍ବା ନିକଟବର୍ତ୍ତୀ ଅଞ୍ଚଳରେ ସହିଦଙ୍କ ପତ୍ନୀଙ୍କୁ ନିଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଏହାପୂର୍ବରୁ ତେଲେଙ୍ଗାନା ସରକାର କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପରିବାରକୁ ୫ କୋଟି ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର