ଠକେଇ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତକୁ ଜାମିନ୍‌ ଦେବା ପାଇଁ ସୈନିକ୍‌ େଓ୍ଵଲ୍‌ଫେୟାର ଫଣ୍ଡକୁ ଏକ ଲକ୍ଷ ଟଙ୍କା ଦେବାକୁ କହିଲେ ତେଲେଙ୍ଗାନା ହାଇକୋର୍ଟ

ହାଇଦ୍ରାବାଦ୍‌ : ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଦେଶର ୪୦ଜଣ ଯବାନ ସହିଦ୍‌ ହେବା ପରେ ଏବେ ସାରା ଦେଶ ପ୍ରତିଶୋଧର ନିଆଁରେ ଜଳୁଛି । ପାକିସ୍ତାନକୁ ମୂଳପୋଛ କରିବାର ଦାବି କରିବା ସହ ସହିଦ୍‌ ଯବାନଙ୍କ ପରିବାରକୁ ମଧ୍ୟ ଆର୍ଥିକ ସହାୟତା ଯୋଗାଉଛନ୍ତି ଲୋକେ । ବିଭିନ୍ନ ପ୍ରକାରର ସହାୟତା କୋଷର ସାହାଯ୍ୟରେ ଲୋକମାନେ ନିଜ ନିଜର ସହାୟତା ରାଶି ସହିଦ୍‌ ଯବାନଙ୍କ ପରିବାରକୁ ପଠାଉଛନ୍ତି । ଏ ମଧ୍ୟରେ ତେଲେଙ୍ଗାନା ହାଇକୋର୍ଟ ଜଣେ ଅଭିଯୁକ୍ତକୁ ଜାମିନ୍‌ ଦେବା ପାଇଁ ଯାହା କରିଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଗତ ଶୁକ୍ରବାର ଏକ କମ୍ପାନିର ମୁଖ୍ୟଙ୍କୁ ଜାମିନ୍‌ ଦେବାକୁ ଯାଇ ତାଙ୍କୁ ଏକ ଲକ୍ଷ ଟଙ୍କା ଦେବାକୁ କହିଥିଲେ ତେଲେଙ୍ଗାନା ହାଇକୋର୍ଟ । ଯଦି ତୁମେ ସୈନିକ୍‌ େଓ୍ଵଲ୍‌ଫେୟାର ଫଣ୍ଡକୁ ୧ଲକ୍ଷ ଟଙ୍କା ଦାନ କର, ତେବେ ତୁମର ଜାମିନ୍‌ ଆବେଦନକୁ ମଞ୍ଜୁରି ମିଳି ପାରିବ ବୋଲି ସର୍ତ୍ତ ରଖିଥିଲେ ତେଲେଙ୍ଗାନା ହାଇକୋର୍ଟ ।

indiatimes.com

ସୂଚନା ମୁତାବକ, ସନ୍‌ ପାଓ୍ଵାର ଗ୍ରୁପ୍‌ର ସିଇଓ ମେଠୁକୁ ରବିନ୍ଦର ଏବଂ ତାଙ୍କ ସହଯୋଗୀଙ୍କୁ ଠକେଇ ଅଭିଯୋଗରେ ଡିସେମ୍ବରରେ ଗିରଫ କରାଯାଇଥିଲା । ଶୁକ୍ରବାର ଏହି ମାମଲାକୁ ନେଇ ଶୁଣାଣି ଥିବା ବେଳେ ହାଇକୋର୍ଟ ମେଠୁକୁ ରବିନ୍ଦରଙ୍କ ଆଗରେ ସର୍ତ୍ତ ରଖିଥିଲେ, ଯଦି ତୁମେ ଜାମିନ୍‌ ଚାହୁଁଛ, ତେବେ ସୈନିକ୍‌ େଓ୍ଵଲ୍‌ଫେୟାର ଫଣ୍ଡକୁ ୧ଲକ୍ଷ ଟଙ୍କା ଦାନ କର ।

ସମ୍ବନ୍ଧିତ ଖବର