ହାଇଦ୍ରାବାଦ୍‌ ଡାକ୍ତରାଣୀ ହତ୍ୟା ମାମଲା: ଶୁଣାଣି ଫାଷ୍ଟ୍‌-ଟ୍ରାକ୍‌ କୋର୍ଟରେ କରିବା ପାଇଁ ମଞ୍ଜୁରୀ ଦେଲେ ତେଲେଙ୍ଗାନା ହାଇକୋର୍ଟ

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ ପଶୁ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ମାମଲାର ଶୁଣାଣି ଫାଷ୍ଟ୍‌-ଟ୍ରାକ୍‌ କୋର୍ଟରେ କରିବା ପାଇଁ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବକୁ ବୁଧବାର ମଞ୍ଜୁରୀ ଦେଇଛନ୍ତି ତେଲେଙ୍ଗାନା ହାଇକୋର୍ଟ।

ଆଇନ ସଚିବ ପଠାଇଥିବା ପ୍ରସ୍ତାବକୁ ଗ୍ରହଣ କରି ଉଚ୍ଚ ନ୍ୟାୟାଳୟ ଫାଷ୍ଟ୍‌-ଟ୍ରାକ୍‌ କୋର୍ଟରେ ମାମଲାର ଶୁଣାଣି ପାଇଁ ରାସ୍ତା ସଫା କରି ଦେଇଛନ୍ତି। ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ସରକାର ଖୁବ୍ ଶୀଘ୍ର ଏ ନେଇ ଏକ ନିର୍ଦ୍ଦେଶ ଜାରି କରିବେ।

ମାମଲାର ତୁରନ୍ତ ଶୁଣାଣି କରି ଦୋଷୀଙ୍କୁ ଦଣ୍ଡିତ କରିବା ପାଇଁ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବାର ୩ ଦିନ ପରେ ଅଦାଲତ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ନଭେମ୍ବର ୨୭ ତାରିଖ ରାତିରେ ସମସାବାଦ୍‌ ଅଞ୍ଚଳର ରିଙ୍ଗ୍‌ ରୋଡ୍‌ଠାରେ  ମହିଳା ପଶୁ ଡାକ୍ତରାଣୀ ପ୍ରିୟଙ୍କା ରେଡ୍ଡିଙ୍କୁ ୪ ଜଣ ଦୁର୍ବୃତ୍ତ ମିଶି ଗଣ ଦୁଷ୍କର୍ମ କରି ଜାଳି ଦେଇଥିଲେ। ୨୯ ତାରିଖ ଦିନ ହାଇଦ୍ରାବାଦ ପୁଲିସ୍‌ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର