ନୂଆଦିଲ୍ଲୀ: ରାଖୀ ହେଉଛି ଭାଇ ଓ ଭଉଣୀର ଅତୁଟ ବନ୍ଧନର ପ୍ରତୀକ । ରାଖୀ ବାନ୍ଧିବା ପରେ ଭାଇ ଭଉଣୀକୁ ସୁରକ୍ଷା ଦେବାକୁ ପ୍ରତିଜ୍ଞା କରିଥାଏ।  ଅଗଷ୍ଟ ୧୯ରେ ଦେଶରେ ରାଖୀ ପର୍ବ ପାଳନ କରାଯାଇଥିଲା, କିନ୍ତୁ ଏହିଦିନ ତେଲେଙ୍ଗାନାର ମହବୁବାବାଦରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ରାଖୀ ବାନ୍ଧିବାର କିଛି ସମୟ ପରେ ଭଉଣୀର ମୃତ୍ୟୁ ହୋଇ ଯାଇଥିଲା। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖି ଲୋକେ ଭାବବିହ୍ବୋଳ ହୋଇପଡ଼ୁଛନ୍ତି।

Advertisment

ମହବୁବାବାଦ ଜିଲ୍ଲାର ନରସିମହୁଲାପେଟା ମଣ୍ଡଳରେ ବାସବାସ କରୁଥିବା ଯୁବତୀଙ୍କ ପରିବାରଲୋକ କହିଛନ୍ତି, ‘ଆମ ଝିଅ ପାଲ୍ ଟେକ୍ନିକାଲ୍ କଲେଜରେ ପାଠପଢ଼ୁଥିଲା। କିଛିଦିନ ହେବ ତାକୁ ଜଣେ ଯୁବକ ବହୁତ ହଇରାଣ କରି ଆସୁଥିଲା। ‌ଯାହାକୁ ସେ ସହ୍ୟ କରି ନପାରି ୨ ଦିନ ପୂର୍ବରୁ କୀଟନାଶକ ପିଇ ଜୀବନ ହାରିବାକୁ ଚେଷ୍ଟା କରିଥିଲା। ଆମେ ତୁରନ୍ତ ଝିଅକୁ ଚିକିତ୍ସା ପାଇଁ ହସ୍ପିଟାଲ ନେଇ ଯାଇଥିଲୁ। ସେଠାରେ ଡାକ୍ତର ତାର ଚିକିତ୍ସା ଆରମ୍ଭ କରିଥିଲେ।

ଅଗଷ୍ଟ୧୯ ସୋମବାର ସକାଳେ ଝିଅର ସ୍ବାସ୍ଥ୍ୟାବସ୍ଥା ଧୀରେଧୀରେ ବିଗିଡ଼ିବାକୁ ଲାଗିଥିଲା। ଏହି ସମୟରେ ସେ ତାର ସାନ ଭାଇକୁ ଦେଖି ପାଖକୁ ଡାକିଥିଲା। ଆଉ ପୂର୍ବରୁ ଡାକ୍ତରଙ୍କ ଜରିଆରେ ରାଖୀ ନେଇ ଆସିବାକୁ ଭାଇକୁ କହିଥିଲା। ଏହାପରେ ଭାଇ ହାତରେ ରାଖୀ ବାନ୍ଧି ମଥାରେ ଚନ୍ଦନ ଲଗାଇ ଶୁଭ ମନାସିବା ପରେ ଭଉଣୀ ସବୁଦିନ ପାଇଁ ଆଖି ବୁଜି ଦେଇଥିଲା।

ରାଖୀ ବାନ୍ଧିଲା ବେ‌ଲେ ଯୁବତୀ ସାନ ଭାଇକୁ ବୁଝାଇ କହିଥିଲେ, ‘ଏହା ମୋର ଶେଷ ରଖୀ। ଗଲା ବର୍ଷକୁ ତୋ ହାତରେ ରାଖୀ ବାନ୍ଧିବାକୁ ତୋର ଏଭଉଣୀ ଆଉ ନଥିବ। ନିଜର ସହିତ ବାପା ଓ ମା’ଙ୍କ ଯତ୍ନ ନେବୁ।’