ହାଇଦ୍ରାବାଦ୍: ହାଇଦ୍ରାବାଦ୍ରେ ଥିବା ସିଏମ୍ଆର ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଯେଉଁ ଅଫର ରଖିଥିଲା, ତାହା ପରବର୍ତ୍ତୀ ମୂହୁର୍ତ୍ତରେ ମୁଣ୍ଡବିନ୍ଧାର କାରଣ ପାଲଟି ଯାଇଥିଲା । ମାତ୍ର ୧୦ ଟଙ୍କାରେ ଶାଢ଼ି ମିଳୁଥିବାର ଖବର ପାଇ ଏକାଧିକ ଲୋକ ଶାଢ଼ି କିଣିବାକୁ ପହଞ୍ଚିଥିଲେ । କିନ୍ତୁ କମ୍ ଦାମ୍ ନିଶାରେ ଲୋକମାନେ ନିଜକୁ କ୍ଷତି ପହଞ୍ଚାଇ ଦେଇଥିଲେ । ସପିଂ ମଲ୍ରେ କମ ସ୍ଥାନ ଥିବା ସହ ଅଧିକ ଲୋକ ହୋଇ ଯିବାରୁ କିଛି ଲୋକ ଦଳା ଚକଟାରେ ଆହତ ହୋଇଥିବା ସୂଚନା ମିଳିଛି । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
Clipper28ସୂଚନା ମୁତାବକ, ହାଇଦ୍ରାବାଦ୍ର ସିଦ୍ଧିପେଟ୍ରେ ଥିବା ସିଏମ୍ଆର୍ ସପିଂ ମଲ୍ ୧୦ଟଙ୍କାରେ ଶାଢ଼ି ଦେବାର ପ୍ରତିଶ୍ରୁତି ଦେଇଥିଲା । ଯହା ପରେ ମଲ୍କୁ ଲୋକମାନଙ୍କ ଭିଡ଼ ଜମିଥିଲା । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସଠିକ୍ ବ୍ୟବସ୍ଥା ହୋଇ ନଥିବାରୁ କିଛି ଲୋକ ଭିଡ଼ ଭିତରେ ଆହତ ହୋଇଥିବାର ସୂଚନା ମିଳିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/telangana-mall-sees-stamp.jpg)