ଲକଡାଉନ ସମୟରେ ପୁଅକୁ ନିଜ ସ୍କୁଟିରେ ଉଦ୍ଧାର କରିଥିବା ମା‌’ ଯୁଦ୍ଧ ପରିସ୍ଥିତିରେ ସେଇ ପୁଅକୁ ବିଦେଶରେ ଫସି ଯାଇଥିବା ଦେଖି ଭୋଭୋ ହୋଇ କାନ୍ଦୁଛନ୍ତି

ହାଇଦ୍ରାବାଦ: ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ରବିବାର ୧୧ଦିନରେ ପହଞ୍ଚିଛି। ରୁଷ ସେନା ୟୁକ୍ରେନର ପ୍ରତିଟି ସହର ଉପରେ କାବୁ କରିବାକୁ ଚେଷ୍ଟା କରୁଛି। ସ୍ଥାନେସ୍ଥାନେ ବିସ୍ଫୋରଣର ଶବ୍ଦ ‌ଶୁଣିବାକୁ ମିଳୁଛି। ଏଭଳି ଭୟାବହ ପରିସ୍ଥିତିରେ ଲୋକେ ଜୀବନ ବଞ୍ଚାଇ ୟୁକ୍ରେନ ଛାଡ଼ି ଯିବାକୁ ଆରମ୍ଭ କରି ଦେଲେଣି। ଏଥିସହିତ ଅନେକ ଭାରତୀୟ ୟୁକ୍ରେନରେ ଫସି ରହିଛନ୍ତି। ଯାହାଙ୍କୁ ଉଦ୍ଧାର ପାଇଁ କେନ୍ଦ୍ର ସରକାର ଉଦ୍ୟମ ଜାରି ରଖିଛନ୍ତି।

ଏଭଳି ସମୟରେ ଜଣେ ଭାରତୀୟ ଯୁବକ ୟୁକ୍ରେନର ସୁମି ସହରରେ ଫସି ରହିଛନ୍ତି। ଉକ୍ତ ଯୁବକ ଓ ତାଙ୍କ ମା’ ୨୦୨୦ ଲକଡାଉନ ସମୟରେ ଚର୍ଚ୍ଚାକୁ ଆସିଥିଲେ।

୨୦୨୦ ମହାମାରୀ କରୋନା ଯୋଗୁଁ ଲାଗୁ ହୋଇଥିବା ଲକଡାଉନ ସମୟରେ ନିଜାମୁଦ୍ଦିନ ଅମନ ନାମକ ଜଣେ ଯୁବକ ଆନ୍ଧ୍ର-ପ୍ରଦେଶ ଓ ତାମିଲନାଡୁ ସୀମାରେ ଫସି ରହିଥିଲେ। ଏହି ସମୟରେ ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାର ବୋଧନରେ ବସବାସ କରୁଥିବା ରଜିଆ ନିଜ ପୁଅକୁ ଆଣିବା ପାଇଁ ୧୪୦୦ କିଲୋମିଟର ସ୍କୁଟିରେ ଯାତ୍ରା କରିଥିଲେ । ଏବେ ରଜିଆଙ୍କ ସେହି ପୁଅ ଯୁଦ୍ଧ ପରିସ୍ଥିତି ମଧ୍ୟରେ ସୁମିରେ ଫସି ରହିଛନ୍ତି।  ଫସି ରହିଥିବା ପୁଅକୁ ଏଥର ଉଦ୍ଧାର କରି ନପାରୁ ଥିବାରୁ ଭୋଭୋ ହୋଇ କାନ୍ଦୁଛନ୍ତି ରଜିମା।

ନିଜାମୁଦ୍ଦିନ ଅମନ ୟୁକ୍ରେନରେ ଏମବିବିଏସ ପଢୁଛନ୍ତି । ଯୁଦ୍ଧ ଯୋଗୁଁ ସେ ଏବେ ସୁମିରେ ଫସି ରହିଛନ୍ତି । ଭାରତରେ ମାଆ ରଜିଆ ପୁଅର ସୁରକ୍ଷା କାମନା କରି ଦୁଆ କରୁଛନ୍ତି । ବଙ୍କରରେ ଆଶ୍ରୟ ନେଇଥିବା ନିଦ୍ଦାମୁଦ୍ଦିନ ଫୋନରେ ମାଆ ସହ ଯୋଗାଯୋଗରେ ରହିଛନ୍ତି।

ସମ୍ବନ୍ଧିତ ଖବର