ତାଲିମ ପ୍ରଦାନ କାରୁଥିବା ବିମାନ ଦୁର୍ଘଟଣାଗ୍ରସ୍ତ; ପାଇଲଟଙ୍କ ମୁତ୍ୟୁ

ତେଲେଙ୍ଗାନା: ତାଲିମ ପ୍ରଦାନ ନିମନ୍ତେ ଉଦ୍ଦିଷ୍ଟ ଏକ ବିମାନ ଆଜି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଏହି ଦୁର୍ଘଟଣାରେ ସଂପୃକ୍ତ ବିମାନର ପାଇଲଟଙ୍କ ମୁତ୍ୟୁ ହୋଇଯାଇଛି।

ହସ୍ତଗତ ରିପୋର୍ଟରୁ ପ୍ରକାଶ, ତାଲିମ ପ୍ରଦାନ ନିମନ୍ତେ ଉଦ୍ଦିଷ୍ଟ ଏହି ବିମାନଟି ଆଜି ପୂର୍ବାହ୍ନରେ ତେଲେଙ୍ଗାନାର ବିଖାରାବାଦ ଜିଲ୍ଲା ଅଧୀନସ୍ଥ ସୁଲତାନପୁର ଗ୍ରାମ ନିକଟରେ ଉଡ଼ୁଥିବା ବେଳେ କୌଣସି କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡ଼ିଥିଲା। ବିମାନଟି ତଳକୁ ଖସି ପଡ଼ିବା ପ୍ରରେ ପ୍ରଚଣ୍ଡ ଶବ୍ଦ ହେବା ସହ ବିମାନଟିରେ ନିଆଁ ଲାଗି ଯାଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଏହି ଦୁର୍ଘଟଣାରେ ସଂପୃକ୍ତ ବିମାନର ପାଇଲଟଙ୍କ କିନ୍ତୁ ମୁତ୍ୟୁ ହୋଇଯାଇ ଥିଲା।

ତାଲିମ ପ୍ରଦାନ ନିମନ୍ତେ ଉଦ୍ଦିଷ୍ଟ ଏହି ବିମାନଟି କେଉଁ କାରଣ ପାଇଁ ଦୁର୍ଘଟଣାଗ୍ରସ୍ତ ହେଲା, ସେଥିନେଇ ଏବେ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର