ତେଲେଙ୍ଗାନା ବିମାନ ଦୁର୍ଘଟଣା: ୨ ଜଣ ପାଇଲଟ୍ ମୃତ
ହାଇଦ୍ରାବାଦ୍: ତାଲିମ୍ ପ୍ରଦାନ ପାଇଁ ଉଦ୍ଦିଷ୍ଟ ଏକ ବିମାନ ରବିବାର ତେଲେଙ୍ଗାନାରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ବିମାନରେ ଥିବା ୨ ଜଣ ପାଇଲଟ୍ଙ୍କ ମୃତ୍ୟୁ ଘଟିଛି। ବିମାନଟି ବିଖାରାବାଦ୍ ଜିଲ୍ଳାର ସୁଲତାନପୁର ଗ୍ରାମରେ ଅପରାହ୍ନ ୧୨.୪୫ ସମୟରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ବିମାନରେ ଥିବା ୨ ଜଣ ପାଇଲଟ୍ଙ୍କର ମୃତ୍ୟୁ ଘଟିଛି। ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସିପଡ଼ିବା ପରେ ପ୍ରଚଣ୍ଡ ଶବ୍ଦ ହୋଇ ନିଆଁ ବାହାରିଥିଲା। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
Telangana: Pilot killed in trainer aircraft crash at Sultanpur village in Vikarabad district. pic.twitter.com/b7bNfDmIss
— ANI (@ANI) October 6, 2019
ଏହି ବିମାନ ବେଗୁମ୍ପେଟ୍ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା। ଦୁର୍ଘଟଣା ପରେ ଏକ ମାମଲା ରୁଜ୍ଜୁ କରାଯାଇ ଦୁଇ ଜଣ ପାଇଲଟଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତେବେ, ତାଲିମ ପ୍ରଦାନ ନିମନ୍ତେ ଉଦ୍ଦିଷ୍ଟ ଏହି ବିମାନଟି କେଉଁ କାରଣରୁ ଦୁର୍ଘଟଣାଗ୍ରସ୍ତ ହେଲା ସେଥିନେଇ ତଦନ୍ତ ଆରମ୍ଭ ହୋଇଛି।