କରିମ୍‌ନରଗର: ଆଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ଗତ ମଧ୍ୟରାତ୍ର ପରେ ତେଲେଙ୍ଗାନା ପୁଲିସ ରାଜ୍ୟ ‘ବିଜେପି’ ସଭାପତି ତଥା ସାଂସଦ ବଂଦୀ ସଞ୍ଜୟ କୁମାରଙ୍କୁ ତାଙ୍କ ତେଲେଙ୍ଗାନା ବାସଭବନରୁ ଆଣି ହାଜତରେ ଅଟକ ରଖିଥିବା କଥା ‘ଏଏନ୍‌ଆଇ’ ରିପୋର୍ଟ କରିଛି।

Advertisment

‘ଏଏନ୍‌ଆଇ’ ରିପୋର୍ଟ ଅନୁସାରେ, ଦଳେ ପୁଲିସ ସାଂସଦ ବଂଦୀ ସଞ୍ଜୟ କୁମାରଙ୍କ କରିମ୍‌ନଗରସ୍ଥିତ ବାସଭବନରେ ପହଞ୍ଚି ତାଙ୍କୁ ହାଜତକୁ ଆଣିଥିଲେ।

ରାଜ୍ୟ ‘ବିଜେପି’ ସାରଧାରଣ ସମ୍ପାଦକ ‌ପ୍ରେମେନ୍ଦର୍‌ ରେଡ୍ଡୀ କହିଛନ୍ତି, ମଧ୍ୟରାତ୍ର ପରେ ‘ବିଜେପି’ ରାଜ୍ୟ ସଭାପତି ବଂଦୀ ସଞ୍ଜୟଙ୍କୁ ପୁଲିସ ଅଟକ ରଖିଛି। ବେଆଇନଭାବେ ତାଙ୍କୁ ତାଙ୍କ କରିମ୍‌ନଗରସ୍ଥିତ ବାସଭବନରୁ ଧରାଯାଇଛି।

ବଂଦୀ ସଞ୍ଜୟ କୁଆଡ଼େ ପଳାଇ ଯାଇଥାଆନ୍ତେ କି? ସକାଳେ ସେମାନେ ଯାହାକିଛି ଆଇନଗତ ବ୍ୟବସ୍ଥା ଆରମ୍ଭ କରି ପାରିଥାଆନ୍ତେ। ତେଲେଙ୍ଗାନାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମରେ ବ୍ୟାଘାତ ସୃଷ୍ଟି କରିବା ଛଡ଼ା ଏହାର ଅନ୍ୟ କିଛି କାରଣ ନାହିଁ। ତେଣୁ, ଆମେ ବଂଦୀ ସଞ୍ଜୟ କୁମାରଙ୍କ ବେଆଇନ ଗିରଫଦାରି ବିରୋଧରେ ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ କରିବା ଲାଗି ଯୋଜନା କରୁଛୁ ବୋଲି ସେ କହିଛନ୍ତି।

publive-image Image Courtesy of Aaj Tak

ସୂଚନାଯୋଗ୍ୟ, ୨୦୧୯ରେ ‘ବିଜେପି’ ଟିକେଟ୍‌ରେ ନିର୍ବାଚନ ଲଢ଼ି ବଂଦୀ ସଞ୍ଜୟ ପ୍ରଥମ କରି ସାଂସଦ ହୋଇଥି‌ଲେ। ତେଲେଙ୍ଗାନାରେ ସେ ‘ବିଜେପି’ର ଜଣେ ସୁପରିଚିତ ରାଜନେତା। ଅଧିକାଂଶ ସମୟରେ ସେ ମୁଖ୍ୟମନ୍ତ୍ରୀ ‘କେସିଆର୍‌’ଙ୍କୁ ତୀବ୍ର ସମାଲୋଚନା କରନ୍ତି।

ଉଲ୍ଲେଖଯୋଗ୍ୟ, ଏପ୍ରିଲ୍‌ ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲେଙ୍ଗାନା ଗସ୍ତରେ ଯିବେ। ଗସ୍ତ ସମୟରେ ସେ ସିକନ୍ଦରାବାଦ-ତିରୁପତି ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଚଳାଚଳ ଶୁଭାରମ୍ଭ କରିବା ସହିତ ଆଉ କେତେଗୁଡ଼ିଏ ବିକାଶମୂଳକ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିବେ।