ଭୋଟ ଦେବାକୁ ଭାରତ ଆସିଲେ ପାକିସ୍ତାନର ବୋହୂ …

ହାଇଦ୍ରାବାଦ: ଭାରତ ପାକିସ୍ତାନ ମଧ୍ୟରେ ତୁ ତୁ ମେଁ ମେଁ ଅବ୍ୟାହତ ରହିଥିବା ବେଳେ ଜଣେ ପାକିସ୍ତାନୀ ବୋହୂ ଆଜି ଖାସ୍‌ ଭୋଟ ଦେବାକୁ ଭାରତ ଆସିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଭୋଟ ଦେବାକୁ ଆସିଥିବା ଏହି ପାକିସ୍ତାନୀ ବୋହୂ ଜଣକ ହେଉଛନ୍ତି ଭାରତର ଦୁହିତା ତଥା ଖ୍ୟାତନାମା ଟେନିସ୍‌ ତାରକା ସାନିଆ ମିର୍ଜା। କ୍ରିକେଟିଅର ସୋହେବ୍‌ ମଲ୍ଲିକଙ୍କୁ ବିବାହ କରିବା ପରେ ସାନିଆ ଏବେ ହୋଇ ଯାଇଛନ୍ତି ପାକିସ୍ତାନୀ ବୋହୂ।


ତେବେ, ତେଲେଙ୍ଗାନା ରାଜ୍ୟ ବିଧାନସଭା ନିର୍ବାଚନରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ ହାଇଦ୍ରାବାଦୀ ଝିଅ ସାନିଆ ଆଜି ଖାସ୍‌ ଭାରତ ଆସିଥିଲେ ଆଉ ନିଜ ପରିବାର ସଦସ୍ୟଙ୍କ ଗହଣରେ ହାଇଦ୍ରାବାଦସ୍ଥିତ ତାଙ୍କ ମତଦାନ କେନ୍ଦ୍ରକୁ ଯାଇ ସେଠାରେ ତାଙ୍କର ମତଦାନ କରିଥିଲେ। ମତଦାନ କଲାପରେ ସାନିଆ ତାଙ୍କ ଟୁଇଟର ପେଜ୍‌ରେ, ‘ତୁମ ଗଣତନ୍ତ୍ରର ଏକ ଅଂଶ.. ଅଧିକାର ଏବଂ ଦାୟିତ୍ୱ ହେଉଛି ମତଦାନ’ ଲେଖି ନିଜ ଭୋଟକାଳି ଲଗା ଆଙ୍ଗୁଠିକୁ ଲଗାଇ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର