ତେଲେଙ୍ଗାନା ତାର ନିଜସ୍ବ ନୂଆ ମୋଟରଯାନ ନୀତି ପ୍ରଣୀତ କରିବ, ଲୋକଙ୍କୁ ହଇରାଣ କରାଯିବ ନାହିଁ , ବରଂ ସେମାନଙ୍କର ସହାୟତା କରାଯିବ

ହାଇଦ୍ରାବାଦ: ତେଲେଙ୍ଗାନା ଏବେ ଏଭଳି ରାଜ୍ୟ ତାଲିକାରେ ସାମିଲ ହୋଇଛି ଯିଏ କି କେନ୍ଦ୍ର ସରକାରଙ୍କ ନୂଆ ମୋଟରଯାନ ନୀତିକୁ ମାନିବାକୁ ମନା କରିଛି। ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏସଂପର୍କରେ ଘୋଷଣା କରି କହିଛନ୍ତି ଯେ ତେଲେଙ୍ଗାନାର ନିଜସ୍ବ ନୂଆ ମୋଟରଯାନ ନୀତି ପ୍ରଣୀତ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଲୋକଙ୍କୁ ହଇରାଣ କରାଯିବ ନାହିଁ ,ବରଂ ସେମାନଙ୍କର ସହାୟତା କରାଯିବ।

ଏହାର ଫଳସ୍ବରୂପ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଗମନାଗମନ ନିୟମ ଉଲଂଘନ କରୁଥିବା ଚାଳକଙ୍କ ପାଇଁ ଅଡ଼ୁଆ ବଢୁଥିବା ବେଳେ ପୁଲିସ ଏଠାରେ ହେଲମେଟ ଅଥବା ଜରୁରୀ ପ୍ରମାଣପତ୍ର ଉପରେ ଦୃଷ୍ଟି ନ ଦେଇ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି । ପୁଲିସ ନିଷ୍ପତ୍ତି ନେଇଛି ଯେ, ଯେଉଁ ବ୍ୟକ୍ତିଙ୍କୁ ବିନା ଲାଇସେନ୍ସରେ ଧରାଯିବ, ଘଟଣାସ୍ଥଳରେ ତାଙ୍କର ତତ୍କାଳ ଲର୍ଣ୍ଣିଂ ଲାଇସେନ୍ସ ଦିଆଯିବା ପାଇଁ ପଂଜିକରଣ ବ୍ୟବସ୍ଥା କରାଯିବ ।

photo-hindustantimes

ରଚକୋଣ୍ଡା କମିଶନରଙ୍କ ଏହି ଉଦ୍ୟମ ବଳରେ ହେଲମେଟ ପିନ୍ଧି ନଥିବା, ଲାଇସେନ୍ସ ନଥିବା, ବୀମା ଓ ପ୍ରଦୂଷଣ ବିନା ଗାଡ଼ି ଚଳାଉଥିବା ଲୋକଙ୍କୁ ପୁଲିସ ସହଯୋଗ କରିବାର ନିଷ୍ପତ୍ତି ନେଇଛି । ଏପରିକି ବେଆଇନ ବାହନ ଚଳାଉଥିବା ଲୋକଙ୍କର ବି ଚାଲାଣ କଟାଯିବ ନାହିଁ । ଗମନାଗମନ ପୁଲିସ ମୋଟର ବାହନ ଚାଳକଙ୍କୁ ହେଲମେଟ କିଣିବା ଓ ବୀମା ବ୍ୟବସ୍ଥା କରିବା ସହ ପ୍ରଦୂଷଣ ପ୍ରମାଣପତ୍ର ହାସଲ କରିବାକୁ ସହଯୋଗ କରିବ ବୋଲି ଜଣାଯାଇଛି ।

ସମ୍ବନ୍ଧିତ ଖବର