ପୁଅ ଲଣ୍ଡନରୁ ଫେରିଥିବା ସୂଚନା ଦେଇ ନ ଥିବାରୁ ତେଲେଙ୍ଗାନା ବରିଷ୍ଠ ପୁଲିସ ଅଧିକାରୀଙ୍କ ନାମରେ ମାମଲା ରୁଜୁ

ହାଇଦ୍ରାବାଦ: ପୁଅ ଲଣ୍ଡନରୁ ଫେରିଥିବା କଥା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଅବଗତ ନ କରାଇ ବୁକ୍ ହୋଇଥିବା ତେଲେଙ୍ଗାନାର ଜଣେ ବରିଷ୍ଠ ପୁଲିସ ଅଧିକାରୀ କରୋନାଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଲଣ୍ଡନରୁ ଫେରିବା ପରେ ତାଙ୍କ ପୁଅ କରୋନାଭାଇରସ ଆକ୍ରାନ୍ତ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିଥିଲା ।

ଭଦ୍ରଦ୍ରି କୋଠାଗୁଡେମ ଜିଲ୍ଲାର ଡେପୁଟି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଥିବା ଉକ୍ତ ବ୍ୟକ୍ତିଙ୍କଠାରେ କରୋନାଭାଇରସ୍ ସଂକ୍ରମିତ ହୋଇଥିବା କଥା ମଙ୍ଗଳବାର ଦିନ ଜଣାପଡ଼ିଛି । ଡିଏସପିଙ୍କ ଛଡ଼ା ତାଙ୍କ ଘର ୩୩ ବର୍ଷୀୟ ପାଚିକା ମଧ୍ୟ କୋରୋନାଭାଇରସ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

Image Source: India Today

କ୍ୱାରେଣ୍ଟିନ୍ ଉଲ୍ଲଂଘନ କରିଥିବାରୁ ଡିଏସପି ଏବଂ ତାଙ୍କ ପୁଅଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ପୁଲିସ କହିବା ଅନୁସାରେ, ବିଦେଶ ଫେରନ୍ତାଙ୍କ ସମ୍ବନ୍ଧରେ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ବାଧ୍ୟତାମୂଳକ ଥିବା ବେଳେ ଡିଏସପି ତାହା କରି ନ ଥିଲେ କି, ୧୪ଦିନିଆ କ୍ୱାରେଣ୍ଟିନରେ ନ ଥିଲେ ।

ବାପପୁଅ କେତେକ ସାମାଜିକ ଉତ୍ସବରେ ମଧ୍ୟ ଯୋଗ ଦେଇଥିଲେ । ପରେ ଅବଶ୍ୟ ସରକାରୀ ଅଧିକାରୀମାନେ ଦୁହିଁଙ୍କୁ କ୍ୱାରେଣ୍ଟିନରେ ରଖିଥିଲେ । ଏହାଛଡ଼ା ଡିଏସପିଙ୍କ ପତ୍ନୀ, ଅଫିସିଆଲ୍ ଡିୟୁଟିରେ ଥିବା କେତେକ ପୁଲିସ ହୋମ୍ ଗାର୍ଡ ଏବଂ ବନ୍ଧୁକଧାରୀଙ୍କୁ ମଧ୍ୟ କ୍ୱାରେଣ୍ଟିନରେ ରଖାଯାଇଛି ।

ଡିଏସପିଙ୍କୁ ଆଇପିସି ଧାରା ୧୮୮ରେ ବୁକ୍ କରାଯାଇଛି ।

ସମ୍ବନ୍ଧିତ ଖବର