‘ସନ୍ତୋଷ ବାବୁ ଅମର ରହେ’ ନାରା ଦେଇ ସହିଦ କର୍ଣ୍ଣଲ୍ ସନ୍ତୋଷ ବାବୁଙ୍କ ଅନ୍ତିମ ଯାତ୍ରାରେ ସାମିଲ୍‌ ହେଲେ ଶତାଧିକ ଲୋକ

ହାଇଦ୍ରାବାଦ୍‌: ଆଗେ ଆଗେ ସହିଦ୍, ପଛେ ପଛେ ଶତାଧିକ ଲୋକ । କୋହଭରା କଣ୍ଠରେ “ସନ୍ତୋଷ ବାବୁ ଅମର ରହେ” ର ନାରା । ତେଲେଙ୍ଗାନାର ସୂର୍ଯ୍ୟାପେଟ୍ ସଡ଼କରେ ସହିଦ କର୍ଣ୍ଣଲ୍ ସନ୍ତୋଷ ବାବୁଙ୍କ ଯାଉଛି ମରଶରୀର । ଭାରତ ଏବଂ ଚୀନ୍ ସଂଘର୍ଷରେ ସହିଦ୍ ହୋଇଛନ୍ତି କର୍ଣ୍ଣଲ୍ । ୧୬ ତମ ବିହାର ରେଜିମେଣ୍ଟ୍ ର କମାଣ୍ଡିଙ୍ଗ୍ ଅଫିସର୍ ସନ୍ତୋଷ ବାବୁଙ୍କୁ ଶେଷଦର୍ଶନ କରିବାକୁ ପହଁଚିଲା ପୂରା ସହର । ସହିଦଙ୍କ ବିଦାୟ ବେଳରେ ଶେଷଦର୍ଶନ ପାଇଁ ଲୋକାରଣ୍ୟ ହେଲା ସୂର୍ଯ୍ୟାପେଟ୍ ସଡ଼କ । ଶତାଧିକ ଲୋକଙ୍କ ଆଖିରେ ଅଜସ୍ର ଅଶ୍ରୁ , ପାଟିରେ “ବୀର ଯବାନ ଅମର ରହେ” ର ନାରା ଏବଂ ମନରେ ଚୀନ୍ ବିରୁଦ୍ଧରେ ରାଗର ଜ୍ୱାଳା ।

ANI

@ANI

Suryapet: Mortal remains of Colonel Santosh Babu, the Commanding Officer of the 16 Bihar regiment, who lost his life in the violent face-off with China in , being taken for last rites.

Embedded video

ଗଲବାନ୍ ଘାଟିରେ ଭାରତ ଏବଂ ଚୀନ୍ ସୈନ୍ୟଙ୍କ ଭିତରେ ଘଟିଥିବା ହିଂସାତ୍ମକ ଲଢେଇରେ ଭାରତ ତାର ୨୦ ସୁପୁତ୍ରଙ୍କୁ ହରାଇଲା । ଯେଉଁଥିରେ ଥିଲେ ସହିଦ୍ ସନ୍ତୋଷ ବାବୁ । ସହିଦଙ୍କ ମରଶରୀର ଯେତେବେଳେ ଗାଁରେ ପହଁଚିଲା ଲୋକ ଆଉ କୋହ ସମ୍ଭାଳି ରହିପାରିଲେନି । ଦେଶପାଇଁ ବଳିଦାନ ଦେଇଥିବା ଯବାନଙ୍କ ସମ୍ମାନରେ ଛାତରୁ ପୁଷ୍ପବୃଷ୍ଟି କଲେ। ଶତାଧିକ ଲୋକଙ୍କ କୋହଭରା ସ୍ନେହ ଏବଂ ଗାର୍ଡ଼ ଅଫ୍ ଅନରରେ ସମ୍ମାନିତ ହୋଇ ବିଦାୟ ନେଲେ ଭାରତର ଏହି ବୀର ଯବାନ ।

ANI

@ANI

Guard of honour being given to Colonel Santosh Babu, Commanding Officer of the 16 Bihar regiment, who lost his life in action during the Galwan Valley clash

Embedded video

ତେବେ ଏହି ସମ୍ବେଦନଶୀଳ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ କିଛି ବି ହେଇଯାଉ ଭାରତ ନିଜ ମାଟି ମା’ର ରକ୍ଷା ନିଶ୍ଚିତ କରିବ । ଭାରତକୁ ଉସକାଇବା ଭଳି ପଦକ୍ଷେପ ନେଇଥିବା ଚୀନକୁ ତା’ର ଉଚିତ୍ ଜବାବ୍ ଦିଆଯିବ । ବ୍ୟର୍ଥ ଯିବନାହିଁ ଯବାନଙ୍କ ବଳିଦାନ ।

ସମ୍ବନ୍ଧିତ ଖବର