ଶାହାଙ୍କ ଜୋତା ଉଠାଇଲେ ତେଲେଙ୍ଗାନା ବିଜେପି ମୁଖ୍ୟ, କେଟିଆର କହିଲେ…

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜୋତା ଉଠାଇଲେ ବିଜେପି ନେତା। ଏକ ଭାଇରାଲ ଭିଡିଓକୁ ନେଇ ଟିଆରଏସ ବିଜେପିକୁ ଟା‌ର୍ଗେଟ କରିଥିବା ଦେଖିବାକୁ ମିଳିଛି। ଭାଇରାଲ ହେଉଥିବା ଭିଡିଓରେ ତେଲେଙ୍ଗାନା ବିଜେପି ମୁଖ୍ୟ ବନ୍ଦୀ ସଞ୍ଜୟ କୁମାର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜୋତା ଉଠାଉଥିବାର ନଜର ଆସିଛନ୍ତି।

ସୂଚନା ମୁତାବକ, ଅମିତ ଶାହା ତେଲେଙ୍ଗାନା ଗସ୍ତରେ ଯାଇଥିବା ବେଳେ ସେଠାରେ ଥିବା ଏକ ପ୍ରସିଦ୍ଧ ମନ୍ଦିର ପରିଦର୍ଶନ କରିଥିଲେ। ଏହି ସମୟରେ ଶାହା ମନ୍ଦିର ବାହାରକୁ ଆସିବା ପରେ ତେଲେଙ୍ଗାନା ବିଜେପି ମୁଖ୍ୟ ବନ୍ଦୀ ସଞ୍ଜୟ କୁମାର ଶାହାଙ୍କ ଜୋତା ଉଠାଇ ତାଙ୍କୁ ପିନ୍ଧିବାକୁ ଦେଇଥିଲେ। ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ପୁଅ ତଥା ମନ୍ତ୍ରୀ କେ.ଟି ରାମା ରାଓ ଏହି ସମୟ ଭିଡିଓ ଟୁଇଟ୍ କରି ବିଜେପିକୁ ଟାର୍ଗେଟ କରିଛନ୍ତି। ତେଲେଙ୍ଗାନା ପ୍ରାଇଡ୍ ହ୍ୟାସଟ୍ୟାଗ୍ ସହିତ ଭିଡିଓ ଟ୍ୱିଟ୍ କରି ସେ ଲେଖିଛନ୍ତି ଯେ, ଗୁଜରାଟର ଦାସମାନଙ୍କୁ ରାଜ୍ୟବାସୀ ଦେଖୁଛନ୍ତି। ତେଲେଙ୍ଗାନାର ଆତ୍ମ ସମ୍ମାନକୁ ନଷ୍ଟ କରିବା ପାଇଁ ହେଉଥିବା ସବୁ ପ୍ରୟାସକୁ ବିଫଳ କରିବୁ।

ସିକନ୍ଦରାବାଦର ଉଜୈନି ମହାକାଲି ମଠ ଦେବସ୍ଥାନମ୍ ବାହାରେ ଏହି ଭିଡିଓ ସୁଟ୍ ହେବା ପରେ ଟିଆରଏସ ଦେଇଥିବା ମନ୍ତବ୍ୟକୁ ନେଇ ବିଜେପି ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖିନାହିଁ। ନାଲଗୋଣ୍ଡା ଜିଲ୍ଲାର ମୁନୁଗୋଡେ ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପୂର୍ବରୁ ଅମିତ ଶାହାଙ୍କ ତେଲେଙ୍ଗାନା ଗସ୍ତ କରିଥିଲେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର