ହାଇଦ୍ରାବାଦ: ତେଲେଙ୍ଗାନାର ରାଜାନ୍ନା ସିରିସିଲ୍ଲା ଜିଲ୍ଲାର ଗୁଦେମ ନାମକ ଏକ ଗ୍ରାମରେ ଗଲ୍ଫ ଦେଶରୁ ଆସିଥିବା ଜଣେ ଲୋକ ଓମିକ୍ରନ୍ ଦ୍ଵାରା ଆକ୍ରାନ୍ତ ହେବାରୁ ଗ୍ରାମବାସୀମାନେ ଗ୍ରାମରେ ୧୦ ଦିନର ଲକ୍-ଡାଉନ୍ ଘୋଷଣା କରିଛନ୍ତି। ତାଙ୍କ ମା ମଧ୍ୟ କୋଭିଡ୍-୧୯ ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି,ତାଙ୍କ ନମୁନାକୁ ଜିନୋମ୍ ସିକ୍ଵେନ୍ସିଂ ପାଇଁ ପଠାଯାଇ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

Advertisment

ଗାଁରେ ଓମିକ୍ରନ୍ ଆକ୍ରାନ୍ତ ଜଣାପଡିବା ପରେ ଓମିକ୍ରନର ପ୍ରସାରଣକୁ ରୋକିବା ପାଇଁ ଗାମପଞ୍ଚାୟତ ୧୦ ଦିନର ଲକ୍ ଡାଉନ୍ ଜାରି କରିଛନ୍ତି । ଏହି ଲକ୍ ଡାଉନ୍ ସମୟରେ ସମସ୍ତ ଦରକାରୀ ଦୋକାନ ଖୋଲା ରହିବ ।
ଓମିକ୍ରନ୍ ଦ୍ଵାରା ଆକ୍ରାନ୍ତ ହୋଇଥିବା ଲୋକର ସଂସ୍ପର୍ଶରେ ଆସିଥିବା ପରିବାର ସଦସ୍ୟ ସହ ୬୪ ଜଣ ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ନମୁନାକୁ ପରୀକ୍ଷା ପାଇଁ ପଠାଯାଇଛି । ଓମିକ୍ରନ୍ ଆକ୍ରାନ୍ତ ଲୋକକୁ ତେଲେଙ୍ଗାନା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ୍ ସାଇନ୍ସ୍ ଏଣ୍ଡ୍ ରିସର୍ଚ୍ଚ୍ ସେଣ୍ଟର(ଟିମ୍ସ)କୁ ପଠାଯାଇଛି । ଗୁରୁବାର ସୁଦ୍ଧା ତେଲେଙ୍ଗାନାରେ ୩୮ଟି ଓମିକ୍ରନ୍ ମାମଲା ରେକର୍ଡ୍ କରା ହୋଇଛି ।