ତେଲେଙ୍ଗାନା: କରୋନା ମହାମାରୀ ସମସ୍ତଙ୍କ ମନରେ ଏକ ଭୟ ସୃଷ୍ଟି କରିଥିଲା। ଏହାରି ଭିତରେ ଟିକା ଆସିଯାଇଥିଲା। ଆଉ ଏହି ଟିକାକୁ ନେଇ ସମସ୍ତେ ଆଶ୍ବସ୍ତି ଅନୁଭବ କରିଥିଲେ। କିନ୍ତୁ କରୋନାର ଦ୍ବିତୀୟ ଲହର ଏବେ ଦେଖିବାକୁ ମିଳୁଛି। ପ୍ରତଦିନ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ତେଲେଙ୍ଗାନର ନିଜାମବାଦରେ ହୋଇଥିବା ବାହାଘର ଚିନ୍ତାର କାରଣ ପାଲଟିଛି । ଏହି ବିବାହ ଉତ୍ସବରେ ଯୋଗ ଦେଇଥିବା ୮୭ ଜଣ ବନ୍ଧୁବାନ୍ଧବ କରୋନା ସଂକ୍ରମିତ ବୋଲି ଜଣାପଡ଼ିଛନ୍ତି। ଏଇ କିଛିଦିନ ହେବ ତେଲେଙ୍ଗାନାରେ କରୋନା ମାମଲା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।
ପ୍ରକାଶିତ ରିପୋର୍ଟ ମୁତାବକ, ନିଜାମବାଦରେ ହୋଇଥିବା ବାହାଘର ଭୋଜିରେ ପ୍ରାୟ ୩୭୦ରୁ ଅଧିକ ଲୋକ ସାମିଲ ହୋଇଥିଲେ । ଏହାପରେ କିଛିଲୋକଙ୍କ ଶରୀରରେ କରୋନା ଲକ୍ଷଣ ଦେଖା ଦେବାରୁ ସେମାନେ କୋଭିଡ-୧୯ ପରୀକ୍ଷା କରାଇଥିଲେ। ଏହି ରିପୋର୍ଟରେ ୮୭ ଜଣଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କୁ ଆଇସୋଲେସନରେ ରଖାଯାଇଛି । ଏମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ନିଜର ପରୀକ୍ଷା କରାଇନେବାକୁ କୁହାଯାଇଛି।
medicalnewstoday.comକେବଳ ଏତିକି ନୁହେଁ, ଏହି ବିବାହ ଉତ୍ସବରେ ଅନ୍ୟ ଏକ ଗାଁ ଲୋକ ବି ସାମିଲ ହୋଇଥିଲେ । ସେମାନଙ୍କର ବି କରୋନା ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷା ରିପୋର୍ଟରେ ସେମାନେ ବି କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ସଂକ୍ରମିତଙ୍କୁ ଚିକିତ୍ସା ପାଇଁ ସରକାରୀ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/d7a88820-b88c-11ea-b756-2637fe9a67cd.jpg)