ଏପ୍ରିଲ୍ ୭ ତାରିଖ ସୁଦ୍ଧା ତେଲେଙ୍ଗାନା କରୋନାଭାଇରସ୍ ମୁକ୍ତ ହେବ: ମୁଖ୍ୟମନ୍ତ୍ରୀ କେସିଆର୍

ହାଇଦ୍ରାବାଦ: ୨୦୨୦ ଏପ୍ରିଲ୍ ୭ ତାରିଖ ସୁଦ୍ଧା ତେଲେଙ୍ଗାନା ରାଜ୍ୟ କରୋନାଭାଇରସ୍ କୋଭିଡ୍-୧୯ ମୁକ୍ତ ହୋଇଯିବ ବୋଲି ରବିବାର ଦିନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ କହିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ କେସିଆର୍ କହିଲେ ଯେ ଏବେ ରାଜ୍ୟରେ ୭୦ଜଣ କରୋନାଭାଇରସ୍ ଆକ୍ରାନ୍ତ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୧ ଜଣ ସୁସ୍ଥ ହୋଇଯାଇଛନ୍ତି । ସେମାନଙ୍କୁ ସୋମବାର ଦିନ ଡାକ୍ତରଖାନାରୁ ବିଦା କରି ଦିଆଯିବ । ବାକି ସଂକ୍ରମିତଙ୍କର ଚିକିତ୍ସା ଚାଲିଛି । ଅନ୍ୟ ଦେଶରୁ ଆସିଥିବା ୨୫, ୯୩୭ଜଣ ଲୋକଙ୍କ ଉପରେ ସରକାର ଦୃଷ୍ଟି ରଖିଛନ୍ତି । ଏପ୍ରିଲ୍ ୭ ତାରିଖ ଦିନ ସମ୍ପୃ୍କ୍ତ ବ୍ୟକ୍ତିମାନଙ୍କର କ୍ୱାରେଣ୍ଟିନ୍ ସମୟ ଶେଷ ହୋଇଯିବ ।

Image Source: Hindustan Times

ଗୁରୁତ୍ୱାରୋପ କରି ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଘୋଷିତ ୨୧ଦିନିଆ ଦେଶବ୍ୟାପୀ ଲକଡାଉନ ସମୟରେ ଆତ୍ମ-ନିୟନ୍ତ୍ରଣ ହିଁ ସବୁଠୁ ବଡ଼ କଥା । ଏବେ ଠାରୁ ଯଦି ଆଉ ନୂଆ ଆକ୍ରାନ୍ତଙ୍କ ରିପୋର୍ଟ ନ ଆସେ, ଏପ୍ରିଲ୍ ୭ ତାରିଖ ପରେ ରାଜ୍ୟରେ ଆଉ କୌଣସି କରୋନାଭାଇରସ୍ ରୋଗୀ ନ ଥିବେ ।

ସମ୍ବନ୍ଧିତ ଖବର