ନୂଆଦିଲ୍ଲୀ: ତେଲେଙ୍ଗାନାରେ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ଏହି ବିବାଦ ପ୍ରଣୟ କୁମାର ନାମକ ଜଣେ ୟୁଟ୍ୟୁବର୍ ସୋସିଆଲ ମିଡିଆରେ ମିୟୁର ତରକାରୀର ଭିଡିଓ ପୋଷ୍ଟ କରିବା ପରେ ସୃଷ୍ଟି ହୋଇଛି।

Advertisment

ୟୁଟ୍ୟୁବର୍ ପ୍ରଣୟ କୁମାରଙ୍କ ବିରୋଧରେ ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମ ଆଇନର ଉଲଘଂନ କରିଥିବା ଅଭିଯୋଗ ହୋଇଛି। ମୟୁର ହେଉଛି ଭାରତର ଜାତୀୟ ପକ୍ଷୀ । ଏହାକୁ ଧରିବା କିମ୍ବା ରଖିବା ଏକ ଅପରାଧ । ଏଭଳି କ୍ଷେତ୍ରରେ ପ୍ରଣୟ ମୟୁର ପକ୍ଷୀର ମାଂସର ତରକାରୀ କରୁଥିବା ଘଟଣାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମୟୁର ମାଂସ ତରକାରୀର ପ୍ରସ୍ତୁତି ପ୍ରଣାଳୀର ଭିଡିଓକୁ ନେଇ ଲୋକେ ପ୍ରଣୟଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି ବନ ଅଧିକାରୀଙ୍କୁ ଏହି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।   ତେବେ ବନ ଅଧିକାରୀମାନେ ପ୍ରଣୟ କୁମାରଙ୍କ ଏହି ଭାଇରାଲ ଭିଡିଓଟି ଅସଲି କି ନାହିଁ ତାହାର ଯାଞ୍ଚ କରୁଛନ୍ତି।

ବିବାଦ ପରେ ପ୍ରଣୟ କୁମାରଙ୍କ ୟୁଟ୍ୟୁବ ଚ୍ୟାନେଲରୁ ଭିଡିଓ ହଟାଇ ଦିଆଯାଇଛି। ପ୍ରଣୟ କୁମାର ଶ୍ରୀ ଟିଭି ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଚଲାନ୍ତି | ଏହା ଏକ ରନ୍ଧନ ୟୁଟ୍ୟୁବ୍ ଚ୍ୟାନେଲ୍ ଯେଉଁଥିରେ ସେ ରୋଷେଇ ଶିଖାନ୍ତି | ତାଙ୍କର ପାଖାପାଖି ୩ ଲକ୍ଷ ଅନୁଗାମୀ ଅଛନ୍ତି | ମୟୁର ତରକାରୀ ତିଆରି କରିବା ପୂର୍ବରୁ ସେ ଏକ ବଣୁଆ ଘୁଷୁରୀ ତରକାରୀ ତିଆରି କରିଥିଲେ।ଯାହାକୁ ନେଇ ବିବାଦ ଦେଖାଦେଇଥିଲା ଏବଂ ତାଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା।