ଏଣିକି କଲର ଟ୍ୟୁନରେ ଶୁଭିବ କରୋନା ସମ୍ପର୍କିତ ସଚେତନତା ବାର୍ତ୍ତା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ନାଗରିକଙ୍କୁ ସଚେତନ କରିବା ପାଇଁ ଦୂରସଞ୍ଚାର ମନ୍ତ୍ରାଳୟ ଏବେ ନୂଆ ଉଦ୍ୟମ ଆରମ୍ଭ କରିଛି | ଟେଲିକମ ମନ୍ତ୍ରାଳୟ ଟେଲିକମ୍ ଅପରେଟରମାନଙ୍କୁ ଭାରତରେ ଏହି ରୋଗ ବିଷୟରେ ଅବଗତ କରାଇବା ପାଇଁ ନିୟମିତ ରିଙ୍ଗଟୋନ୍ ପରିବର୍ତ୍ତେ କରୋନା ଭାଇରସ୍ ସଚେତନତା ବାର୍ତ୍ତା ଦେବାକୁ କହିଛି। ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍), ଏୟାରଟେଲ ଏବଂ ଜିଓ ସେମାନଙ୍କ ଗ୍ରାହକଙ୍କ ପାଇଁ ଏକ ପ୍ରି-କଲ୍ ସଚେତନତା କଲର୍ ଟ୍ୟୁନ୍ କାର୍ଯ୍ୟକାରୀ କରିଛନ୍ତି |

Livemint

କିନ୍ତୁ ଯଦି ଜଣେ ଉପଭୋକ୍ତା ଅଲଗା ଭାବରେ ଏକ କଲର୍ ଟ୍ୟୁନ୍ କୁ ସବସ୍କ୍ରାଇବ କରିଥିବେ ତେବେ ଏହି କଲର ଟ୍ୟୁନ ଶୁଣାଯିବ ନାହିଁ | ଏହି କଲର ଟ୍ୟୁନରେ କୁହାଯାଇଛି ଯେ “କାଶ କିମ୍ବା ଛିଙ୍କିବା ସମୟରେ ସର୍ବଦା ରୁମାଲ କିମ୍ବା ଟିସୁ ସାହାଯ୍ୟରେ ମୁହଁକୁ ରକ୍ଷା କରନ୍ତୁ। ନିୟମିତ ଭାବେ ସାବୁନରେ ହାତ ସଫା କରନ୍ତୁ।”

ଦେଶର ଜନତାଙ୍କୁ ସଚେତନତା ଯୋଗାଇବା ପାଇଁ ଏହି ବାର୍ତ୍ତା ହିନ୍ଦୀରେ ଶୁଣିବାକୁ ମିଳିଛି । ଏହା ସହ “ଆପଣଙ୍କ ମୁହଁ, ଆଖି କିମ୍ବା ନାକକୁ ଛୁଇଁବା ଠାରୁ ଦୂରେଇ ରୁହନ୍ତୁ। ବିସ୍ତୃତ ଜାଣିବା ପାଇଁ ୧୧୨୩୭୯୭୮୦୪୬ ନମ୍ବରରେ କଲ କରିବା ପାଇଁ କୁହାଯାଇଛି | ଏଠାରେ ସୂଚନା ଥାଉ କି ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଂଚିଛି |

ସମ୍ବନ୍ଧିତ ଖବର