ପ୍ରତିଦିନ ୨୦ଟି ଭାଷାରେ ୧୩୦୦ରୁ ଅଧିକ କଲ ଉପରେ ସେବା ପ୍ରଦାନନୂଆଦିଲ୍ଲୀ, ୨୨/୭: ନ୍ୟାସନାଲ୍ ଟେଲି ମେଡିସିନ୍ ହେଲ୍ଥ ପ୍ରୋଗ୍ରାମ (ଟେଲି ମେଣ୍ଟାଲ୍ ହେଲ୍ଥ ଆସିଷ୍ଟାନ୍ସ ଆଣ୍ଡ ନେଟର୍ଓ୍ବକିଂ ଆକ୍ରସ୍ ଷ୍ଟେଟ୍ସ : ଟେଲି ମାନସ- ଜିଲ୍ଲା ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ଡିଜିଟାଲ୍ ଶାଖା)ର ଶୁଭାରମ୍ଭ ସରକାର ଅକ୍ଟୋବର ୨୦୨୨ରେ କରିଥିଲେ । ଏବେ ଏହି ପଦକ୍ଷେପ ଏକ ମୁଖ୍ୟ ମାଇଲଖୁଣ୍ଟରେ ପହଞ୍ଚିଛି। ଟୋଲ୍ ଫ୍ରି ସେବାର ଏହି କାର୍ଯ୍ୟକ୍ରମ ଆରମ୍ଭ ପରେ ଏପର୍ଯ୍ୟନ୍ତ ଦେଶର ବିଭିନ୍ନ ଅଂଶରେ ଦୁଇ ଲକ୍ଷରୁ ଅଧିକ କଲ୍ ମିଳିଛି। ଏଥିରୁ ଜଣା ଯାଉଛି ଯେ ଏହାର କାମରେ କ୍ରମାଗତ ଭାବରେ ପ୍ରଗତି ହେଉଛି। ତିନି ମାସର ଏହି ଖୁବ୍ କମ୍ ସମୟ ମଧ୍ୟରେ କଲର ସଂଖ୍ୟାରେ ଦ୍ରୁତ ବୃଦ୍ଧି ଦେଖା ଯାଇଛି। ଏହି ସମୟରେ କଲ୍ ସଂଖ୍ୟା ଦୁଇ ଲକ୍ଷ ହୋଇଛି। ଏହି ଉପଲବ୍ଧି ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ମନସୁଖ ମାଣ୍ଡଭୀୟ ଏକ ଟ୍ବିଟ୍ ମାଧ୍ୟମରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
୩୧ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଟେଲି ମାନସର ୪୨ରୁ ଅଧିକ ପ୍ରକୋଷ୍ଠ କାର୍ଯ୍ୟରତ ରହିଛି। ପ୍ରକୋଷ୍ଠ ପ୍ରତି ଦିନ ୨୦ ଭାଷାରେ ୧୩୦୦ ରୁ ଅଧିକ ଫୋନ୍ କରୁଥିବା ବ୍ୟକ୍ତିଙ୍କୁ ସେବା ପ୍ରଦାନ କରିଛନ୍ତି। ଏଥିପାଇଁ ୧୯୦୦ରୁ ଅଧିକ କାଉନସେଲରଙ୍କୁ ପ୍ରଶିକ୍ଷିତ କରାଯାଇଛି, ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ସେବା ପ୍ରଦାନ କରୁଛନ୍ତି। ସବୁଠାରୁ ସାଧାରଣ ଅଭିଯୋଗ ହେଉଛି ଅବସାଦ, ଅନିଦ୍ରା ଏବଂ ଚାପ। କାଉନସେଲର ପ୍ରାୟ ସାତ ହଜାର ଲୋକଙ୍କୁ ପୁଣି ଥରେ ଫୋନ କରି ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି। ଏମାନେ ହେଉଛନ୍ତି ସେହି ବ୍ୟକ୍ତି ଯେଉଁମାନଙ୍କୁ ସେବା ଦେବାରେ କାଉନସେଲରଙ୍କୁ ସଫଳତା ମିଳିଛି। ଯେଉଁ ଫୋନ କରିଥିବା ବ୍ୟକ୍ତିଙ୍କୁ ବିଶେଷ ଯତ୍ନର ଆବଶ୍ୟକତା ରହିଥିଲା, ତାଙ୍କୁ ଡିଏମଏଚପି ଏବଂ ଅନ୍ୟ ନିକଟବର୍ତ୍ତୀ ସ୍ବାସ୍ଥ୍ୟ ସୁବିଧା କେନ୍ଦ୍ର ସହିତ ସଫଳତାପୂର୍ବକ ସାମିଲ୍ କରାଯାଇଛି।
/sambad/media/post_attachments/wp-content/uploads/2021/04/Telemedicine-Feature-2-1-750x430.png)
ପରୀକ୍ଷା ଋତୁରେ ପରୀକ୍ଷା ଚାପ ସହିତ ଜଡିତ କଲ୍ ବୃଦ୍ଧି ହୋଇଥିବା ଦେଖାଯାଇଛି। ଏହି କଲର୍ ମାନଙ୍କୁ ପରାମର୍ଶଦାତାମାନେ ସହାୟକ କାଉନସେଲିଂ ଏବଂ ସ୍ୱୟଂ ସହାୟକ କୌଶଳ ସହିତ ସାହାଯ୍ୟ କରିଥିଲେ ଯାହା ସେମାନଙ୍କୁ ସଫଳତାର ସହିତ ବାହାରକୁ ଆସିବାରେ ସାହାଯ୍ୟ କରିଛି। ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଧିକ ଛାତ୍ର / କିଶୋରମାନଙ୍କ ନିକଟରେ ପହଞ୍ଚିବା ପାଇଁ ମଧ୍ୟ ପ୍ରୟାସ କରାଯାଉଛି। ବିଭିନ୍ନ ମିଡିଆ ପ୍ଲାଟଫର୍ମ ଯେପରିକି ପ୍ରିଣ୍ଟ ମିଡିଆ, ରେଡିଓ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ଟେଲି ମାନସ ସେବାର ପ୍ରୋତ୍ସାହନ ଦିଆଯାଉଛି। ୯ ମାସ ମଧ୍ୟରେ ଟେଲି ମାନସ ୨ ଲକ୍ଷ କଲ୍ ସଂଖ୍ୟାରେ ପହଞ୍ଚିବା ସହିତ ଏହା ସମଗ୍ର ଭାରତରେ ଏକ ବ୍ୟାପକ ଡିଜିଟାଲ୍ ମାନସିକ ସ୍ବାସ୍ଥ୍ୟ ନେଟୱର୍କ ଗଠନ ଏବଂ ଅତୁଳନୀୟ ସ୍ତରରେ ପହଞ୍ଚିବା ପାଇଁ ଏହାର ମୂଳ ଲକ୍ଷ୍ୟ ହାସଲ କରିବାକୁ ଯାତ୍ରା କରୁଛି।
ଦେଶର ମାନସିକ ସ୍ବାସ୍ଥ୍ୟ ସଙ୍କଟକୁ ଏକ ସ୍ବୀକୃତି ଭାବରେ କେନ୍ଦ୍ର ବଜେଟ୍ ୨୦୨୨-୨୩ ରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ଘୋଷିତ ହୋଇଥିବା ଟେଲି ମାନସ ପଦକ୍ଷେପ ଦ୍ବାରା କଲ୍ କରୁଥିବା ବ୍ୟକ୍ତିଙ୍କ ଗୋପନୀୟତା ବଜାୟ ରଖିବା ସହ ସାଧାରଣତଃ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଅନେକ ମାତ୍ରାରେ ହ୍ରାସ ହୋଇଥାଏ। ଭାରତର ଜାତୀୟ ଟେଲି ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଦକ୍ଷତା ବିକାଶ ପଦକ୍ଷେପ ମାଧ୍ୟମରେ ଦେଶର ମାନସିକ ସ୍ବାସ୍ଥ୍ୟ କର୍ମୀ ଗଠନ ଉପରେ ଧ୍ୟାନ ଦେଇଥାଏ ଏବଂ ଏକକାଳୀନ ସୁନିଶ୍ଚିତ କରେ ଯେ ମାନସିକ ସ୍ବାସ୍ଥ୍ୟ ସେବା ପ୍ରତ୍ୟେକ ପରିବାର ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ମାଗଣାରେ ପହଞ୍ଚିପାରିବ, ଯାହା ସମାଜର ସବୁଠାରୁ ଅସୁରକ୍ଷିତ ତଥା ଅଣସଂରକ୍ଷିତ ବିଭାଗକୁ ଲକ୍ଷ୍ୟ କରିଥାଏ। ୬ ମାସ ମଧ୍ୟରେ ଟେଲି ମାନସ୍ ୧ ଲକ୍ଷ ମାର୍କରେ ପହଞ୍ଚିବା ସହିତ ଏହା ସମଗ୍ର ଭାରତରେ ଏକ ଦୃଢ଼ ଡିଜିଟାଲ୍ ମାନସିକ ସ୍ବାସ୍ଥ୍ୟ ନେଟୱାର୍କ ଗଠନ କରିବାର ମୂଳ ଲକ୍ଷ୍ୟ ହାସଲ କରିବାରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଟୋଲ୍ ଫ୍ରି ହେଲ୍ପଲାଇନ୍ ନମ୍ବର ୧୪୪୧୬ କିମ୍ବା ୧୮୦୦-୮୯୧-୪୪୧୬ ଅନେକ ଭାଷାରେ ଉପଲବ୍ଧ ରହିଛି।