ହାଇଦ୍ରାବାଦ: ମହାମାରୀ କରୋନାଭାଇରସ୍ ବିରୋଧରେ ଲଢ଼େଇ ଜାରି ରଖିବାରୁ ତେଲେଙ୍ଗାନା ସରକାର ଶନିବାର ରାଜ୍ୟରେ ତାଲାବନ୍ଦକୁ ଆଉ ଦୁଇ ସପ୍ତାହ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ମନ୍ତ୍ରିମଣ୍ଡଳର ଏକ ସ୍ବତନ୍ତ୍ର ବୈଠକରେ ଏହି ପ୍ରସ୍ତାବ ପାରିତ ହେବା ପରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏହି ଘୋଷଣା କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭିଡିଓ କନଫରେନ୍ସ ସମୟରେ ଆମେ କେନ୍ଦ୍ରକୁ ଏହି ପ୍ରସ୍ତାବ ଦେଇଛୁ। କ୍ୟାବିନେଟ ନିଷ୍ପତ୍ତି ପରେ ଏଥିପାଇଁ ଏକ ଚିଠି ଲେଖୁଛୁ ବୋଲି କେସିଆର ଗଣମାଧ୍ୟମକୁ କହିଛନ୍ତି।
ସେ କହିଛନ୍ତି, ଏପ୍ରିଲ୍ ୩୦ ପରେ ମଧ୍ୟ ଲକ୍ଡାଉନ୍ ସଂପୂର୍ଣ୍ଣ ଭାବେ ଉଠାଯିବ ନାହିଁ, କିନ୍ତୁ ପର୍ଯ୍ୟାୟକ୍ରମେ ଉଠାଯିବ।ଏହାଫଳରେ ସବୁ ଜିନିଷ ପର୍ଯ୍ୟାୟକ୍ରମେ ସ୍ବାଭାବିକ ହେବ । ମୁଁ ସମସ୍ତ ବିଭାଗକୁ ନିବେଦନ କରୁଛି ଯେ ତାଲାବନ୍ଦରେ ସରକାରଙ୍କୁ ସହଯୋଗ କରନ୍ତୁ।
ଲକଡାଉନ୍ ଅବଧି ମଧ୍ୟରେ ସମସ୍ତ ଜନସମାଗମ ତଥା ସାଧାରଣ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯିବ। କୃଷି କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ନାହିଁ। ପରୀକ୍ଷା ପରିଚାଳନା କରିବାର କୌଣସି ସମ୍ଭାବନା ନ ଥିବାରୁ କ୍ୟାବିନେଟ୍ ପ୍ରଥମରୁ ନବମ ଶ୍ରେଣୀର ଛାତ୍ରମାନଙ୍କୁ ପଦୋନ୍ନତି ଦେବାକୁ ନିଷ୍ପତ୍ତି ନେଇଛି। ଲକ୍ଡାଉନ୍ କାରଣରୁ ମଧ୍ୟଭାଗରେ ସ୍ଥଗିତ ରହିଥିବା ୧୦ମ ଶ୍ରେଣୀ ପରୀକ୍ଷା ସଂକ୍ରାନ୍ତରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବୁ ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/kcr.jpg)