ହାଇଦ୍ରାବାଦ: ଟନେଲ ଟ୍ରାଜେଡି ଦେଖି ଛାନିଆ ଶ୍ରମିକ । ସୁଡଙ୍ଗ ଭିତରେ ଫସିରହିଥିବା ୮ ଶ୍ରମିକଙ୍କ ଅବସ୍ଥା ଦେଖି ଭୟରେ ଅନ୍ୟ ଶ୍ରମିକ । ଏଯାଏଁ ଫସି ଥିବା ଶ୍ରମିକଙ୍କ କୌଣସି ଖବର ମିଳୁନଥିବା ବେଳେ ସେମାନଙ୍କ ଜୀବନକୁ ନେଇ ଅନେକ ଆଶା ଆଶଙ୍କା ଦେଖା ଦେଇଛି । ଗୋଟେ ପଟେ ଆଜି ଯାଏଁ ଉଦ୍ଧାର କାମ ସରୁନଥିବା ବେଳେ ଅନ୍ୟପଟେ ସେଠାରେ କାମ କରୁଥିବା ଅନ୍ୟ ଶ୍ରମିକ ଭୟଭୀତ ହୋଇ ଘରକୁ ପଳାଉଥିବା ସୂଚନା ମିଳିଛି ।

Advertisment

ସୁଡ଼ଙ୍ଗରେ କାମ କରୁଥିବା କିଛି ଶ୍ରମିକ ଭୟରେ କାମ ଛାଡ଼ି ପଳାଉଛନ୍ତି । ଏ ନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପ୍ରକଳ୍ପରେ ୮୦୦ ଲୋକ କାମ କରୁଛନ୍ତି ।  ସେମାନଙ୍କ ମଧ୍ୟରୁ ୩୦୦ ସ୍ଥାନୀୟ  ଅଞ୍ଚଳର ଓ ଅନ୍ୟମାନେ ଝାଡ଼ଖଣ୍ଡ,  ଓଡ଼ିଶା ଏବଂ ଉତ୍ତର ପ୍ରଦେଶର । ଶ୍ରମିକଙ୍କୁ କାମ କରିବାକୁ  ଡର ଲାଗିବା ସ୍ୱାଭାବିକ କଥା । ତେବେ କମ୍ପାନୀ ସେମାନଙ୍କ ପାଇଁ ଆବାସିକ ଶିବିର ନିର୍ମାଣ କରିଛି । କିଛି ଲୋକ ଫେରିଯିବାକୁ ଚାହିଁପାରନ୍ତି । କିନ୍ତୁ  ସମସ୍ତେ ଏକାସଙ୍ଗେ ଛାଡ଼ି ଯାଉଥିବା ନେଇ କୌଣସି ସୂଚନା ତାଙ୍କ ପାଖରେ ନାହିଁ । 

ତେବେ ତେଲଙ୍ଗାନାରରେ ନିର୍ମାଣାଧୀନ ଶ୍ରୀଶୈଲମ ସୁଡ଼ଙ୍ଗର ଏକ ଅଂଶ ଚଳିତମାସ ୨୨ ତାରିଖରେ ଭୁଶୁଡ଼ି ପଡ଼ିଥିଲା । ଯେଉଁଥିରେ ୮ ଶ୍ରମିକ ଫସିରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଅପରେସନ ଚାଲିଛି । ସଡଙ୍ଗର କାମ ୩୫ ବର୍ଷ ହେବ ଚାଲିଥିବା ବେଳେ ଶେଷ କାହିଁକି ହେଉନି ତାକୁ ନେଇ ପ୍ରଶ୍ନ ଉଠିଛି ।