ତେଲୁଗୁ ଅଭିନେତ୍ରୀ ଅନ୍ନପୂର୍ଣ୍ଣାଙ୍କ ଝିଅଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ: ତେଲୁଗୁ ଚଳଚ୍ଚିତ୍ର ଅଭିନେତ୍ରୀ ଅନ୍ନପୂର୍ଣ୍ଣାଙ୍କ ଝିଅ କୀର୍ତ୍ତି ତାଙ୍କ ହାଇଦ୍ରାବାଦସ୍ଥିତ ବାସଭବନରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଶନିବାର ସକାଳେ ସେ ଆତ୍ମହତ୍ୟା କରିଥିବା ପୁଲିସ ସୂତ୍ରରୁ ପ୍ରକାଶ। ସୂଚନା ମୁତାବକ କୀର୍ତ୍ତି ୩ ବର୍ଷ ପୂର୍ବେ ବିବାହ କରିଥିଲେ ଏବଂ ତାଙ୍କର ଏକ ସନ୍ତାନ ଅଛି। ସୁଇସାଇଡ୍‌ ନୋଟ୍‌ରୁ ଜଣାପଡ଼ିଛି ଯେ କୀର୍ତ୍ତି କୌଣସି ଦୁରାରୋଗର ଶିକାର ହୋଇଥିଲେ। ତେଣୁ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର