ନୂଆଦିଲ୍ଲୀ: ଗତକାଲି ଫ୍ରାନ୍ସର ନାଇସ୍ ସହର ସ୍ଥିତ ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଅତି ବର୍ବରତାର ସହ ଜଣେ ମହିଳାଙ୍କ ମୁଣ୍ଡକାଟ କରାଯିବା ସହ ଅନ୍ୟ ୨ ଜଣଙ୍କୁ ଛୁରି ଭୁଶି ହତ୍ୟା କରାଯାଇଥିଲା। ନୋଟ୍ରେ ଡାମ୍ ଚର୍ଚ୍ଚରେ ଏହି ଆକ୍ରମଣ ହୋଇଥିବା ବେଳେ ପୁଲିସ କାର୍ଯ୍ୟାନୁଷ୍ଠାନରେ ଆକ୍ରମଣକାରୀ ନିପାତ ହୋଇଛି। ତେବେ ମୃତ ୩ଜଣଙ୍କ ମଧ୍ୟରୁ ଜଣେ ମହିଳା ମୃତ୍ୟୁ ପୂର୍ବରୁ କହିଥିବା କଥାକୁ ନେଇ ଏବେ ଏବେ ସମସ୍ତଙ୍କ ଆଖି ଭିଜିଛି। ଆକ୍ରମଣକାରୀ ଅନେକ ଥର ଛୁରି ଭୁଶିବା ପରେ ପାଖ ରେସ୍ତୋରାଁକୁ ଦୌଡ଼ି ଚାଲିଯାଇଥିଲେ ୪୪ବର୍ଷୀୟ ମହିଳା। ତାଙ୍କୁ ଡାକ୍ତରଖାନା ନେବା ପୂର୍ବରୁ ରେସ୍ତୋରାଁରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପୂର୍ବରୁ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ମହିଳା କହିଥିଲେ, ମୋ ପିଲାମାନଙ୍କୁ କହିବ, ମୁଁ ତାଙ୍କୁ ବହୁତ ଭଲପାଏ। ଏହା ପରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ମୃତ ମହିଳା ବ୍ରାଜିଲରୁ ଆସିଥିବା ଜଣା ପଡ଼ିଛି।
Arab Newsସୂଚନା ମୁତାବକ, ଗତକାଲି ସକାଳ ପ୍ରାୟ ୯ଟା ସମୟରେ ଆକ୍ରମଣକାରୀ ନାଇସ୍ରେ ସବୁଠୁ ବଡ଼ ରୋମାନ କ୍ୟାଥୋଲିକ୍ ଚର୍ଚ୍ଚକୁ ପ୍ରବେଶ କରିଥିଲା। ସେ ତୁରନ୍ତ ଜଣେ ମହିଳାଙ୍କ ଉପରେ ଆକ୍ରମଣ କରି ତାଙ୍କ ମୁଣ୍ଡକାଟ କରିଥିଲା। ତେବେ ଏହି ସମୟରେ ଚର୍ଚ୍ଚ ୱାର୍ଡେନ ତାକୁ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ଆକ୍ରମଣକାରୀ ୱାର୍ଡେନ୍ଙ୍କ ଉପରକୁ ଆକ୍ରମଣ କରିଥିଲା। ଆକ୍ରମଣକାରୀର ଆଖିବୁଜା ଛୁରିମାଡ଼ରେ ଘଟଣାସ୍ଥଳରେ ହିଁ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ତୁରନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀକୁ ନିପାତ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/t-245.jpg)