ତେଲୁଗୁ କବି କେ ଶିବା ରେଡ୍ଡୀଙ୍କୁ ସରସ୍ବତୀ ସମ୍ମାନ

ନୂଆଦିଲ୍ଲୀ : ଖ୍ୟାତନାମା ତେଲୁଗୁ କବି କେ ଶିବା ରେଡ୍ଡୀଙ୍କୁ ସମ୍ମାନଜନକ ସରସ୍ବତୀ ସମ୍ମାନ ପ୍ରଦାନ ପାଇଁ ମନୋନୀତ କରାଯାଇଛି। ୨୦୧୮ ମସିହା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ। କବିତା ସଂକଳନ ‘ପକାକି ଓଟିଗିଲିଟେ’ ନିମନ୍ତେ ସେ ଏହି ପୁରସ୍କାର ପାଇବେ। ପୁରସ୍କାର ବାବଦରେ ତାଙ୍କୁ ମାନପତ୍ର ସମେତ ୧୫ ଲକ୍ଷ ଟଙ୍କା ମିଳିବ। ୧୯୯୧ ମସିହାରେ କେ କେ ବିର୍ଲା ଫାଉଣ୍ଡେସନ ପକ୍ଷରୁ ଏହି ପୁରସ୍କାର ଭାରତୀୟ ଭାଷାର ଜଣେ ଖ୍ୟାତି ସମ୍ପନ୍ନ ଲେଖକଙ୍କୁ ପ୍ରଦାନ କରାଯାଇ ଆସୁଛି।

ସମ୍ବନ୍ଧିତ ଖବର