ନୂଆଦିଲ୍ଲୀ: ପୁଣି ଫେରିଲା ତାତି । ମୌସୁମୀ ବର୍ଷାର ଅନ୍ତରାଳେ ପୁଣି ନାଲି ଆଖି ଦେଖାଇଛି ଖରା । ପ୍ରବଳ ତାତି ଓ ଅସହ୍ୟ ଗରମ ଭିତରେ ଅଣନିଶ୍ବାସୀ ରାଜଧାନୀବାସୀ । ଦିନରେ ତ ଗରମ ରାତି ହେଲେ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ ।
ତେବେ ଆଜି ତାପମାତ୍ରା ରେକର୍ଡ ଭାଙ୍ଗିଛି । ଜୁନ ମାସରେ ପ୍ରଥମ ଥର ପାଇଁ ୪୦ ଡିଗ୍ରୀ ଉପରେ ରହିଛି ତାପମାତ୍ରା । ଆୟା ନଗରରେ ସାର୍ବାଧିକ ୪୪.୧ ଡିଗ୍ରୀ , ଲୋଡି ରୋଡରେ ୪୨.୩ ଡିଗ୍ରୀ ଏବଂ ଅନ୍ୟାନ୍ୟ ସ୍ଥାନରେ ୪୦ରୁ ୪୨ ଡିଗ୍ରୀ ଭିତରେ ରହିଥିଲା ତାପମାତ୍ରା ।
ସେପଟେ ତାତି ନେଇ ଆଗାମୀ ୪ ଦିନ ପାଇଁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଦିନରେ ମୁଣ୍ଡଫଟା ଖରା ହେବାକୁ ଥିବା ବେଳେ ରାତିରେ ଅସହ୍ୟ ଗୁଳିଗୁଳି ହେବା ନେଇ ଅନୁମାନ କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/06/08/Ku0Rv6fVdR3C39HYiFqg.jpg)