ବିବାଦୀୟ ଢାଞ୍ଚା ଉପରେ ମନ୍ଦିର ନିର୍ମାଣ ହେବ; ମସ୍‌ଜିଦ୍‌ ନିର୍ମାଣ ପାଇଁ ଅନ୍ୟତ୍ର ଜମି ଯୋଗାଇ ଦିଆଯାଉ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ବିବାଦୀୟ ଢାଞ୍ଚା ଉପରେ ମନ୍ଦିର ନିର୍ମାଣ ହେବ ଏବଂ ମସ୍‌ଜିଦ୍‌ ନିର୍ମାଣ ପାଇଁ ମୁସଲମାନମାନଙ୍କୁ ବିକଳ୍ପ ଜମି ଯୋଗାଇ ଦିଆଯାଉ ବୋଲି ଅଯୋଧ୍ୟା ମାମଲାର ଶୁଣାଣି କରି ଶନିବାର ଦିନ ସୁପ୍ରିମ୍‌ କୋର୍ଟ କହିଛନ୍ତି।

ବିବାଦୀୟ ଢାଞ୍ଚା ଉପରେ ମନ୍ଦିର ନିର୍ମାଣ ଲାଗି ତିନି ମାସ ମଧ୍ୟରେ ଏକ ଯୋଜନା କରି କେନ୍ଦ୍ର ସରକାର ବୋର୍ଡ ଟ୍ରଷ୍ଟି ଗଠନ କରିବେ।

ସୁପ୍ରିମ୍‌ କୋର୍ଟ କହିଲେ, ବୋର୍ଡ ଅଫ୍‌ ଟ୍ରଷ୍ଟିଙ୍କୁ କେନ୍ଦ୍ର ସରକାର ବିବାଦୀୟ ସ୍ଥାନ ହସ୍ତାନ୍ତର କରିବେ ଏବଂ ଅଯୋଧ୍ୟା ଠାରେ ସୁନ୍ନି ଓ୍ଵାକଫ୍‌ ବୋର୍ଡକୁ ୫ ଏକର ବିଶିଷ୍ଟ ବିକଳ୍ପ ଜମି ଯୋଗାଇ ଦେବେ।

ଅଯୋଧ୍ୟା ବିବାଦର ରାୟ ପାଠ କରି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଲେ, ପ୍ରତ୍ନତାତ୍ତ୍ୱିକ ପ୍ରମାଣକୁ ଅପୂର୍ଣ୍ଣ ସୂଚନା ଓ କାଳ୍ପନିକ ବୋଲି କହି ଏଡ଼ାଇ ହେବନାହିଁ। ବାବ୍ରି ମସ୍‌ଜିଦ୍‌ ଫାଙ୍କା ଜମି ଉପରେ ନିର୍ମାଣ କରାଯାଇ ନ ଥିଲା।

ସେ କହିଲେ ଯେ ଏହା ତଳେ ହିନ୍ଦୁମାନଙ୍କର ନିର୍ମିତ କୌଣସି ଢାଞ୍ଚା ରହିଛି ବୋଲି ପ୍ରତ୍ନତତ୍ତ୍ୱକ ପ୍ରମାଣ ମିଳୁଛି। ଜମି ମାଲିକାନା କେବଳ ଆଇନଗତ ପ୍ରମାଣ ଆଧାରରେ ଫଏସଲା କରିହେବ।

ପରିବ୍ରାଜକ ଏବଂ ଐତିହାସିକମାଙ୍କ ବର୍ଣ୍ଣନାରେ ଉଲ୍ଲେଖ ଅଛି ଯେ ହିନ୍ଦୁ ବିଶ୍ୱାସ ଅନୁସାରେ ଏହା ପ୍ରଭୁ ରାମଙ୍କ ଜନ୍ମସ୍ଥାନ।

ସମ୍ବନ୍ଧିତ ଖବର