ଭକ୍ତ ୫ କୋଟି ୧୦ ଲକ୍ଷ ଟଙ୍କା ନୋଟରେ ସଜାଇଲେ ମନ୍ଦିର

ନିଲ୍ଲୋର: ପ୍ରାଣପ୍ରିୟ ଠାକୁରଙ୍କୁ କିଏ କେତେ ପ୍ରକାରରେ ସଜାଇବାକୁ ଚେଷ୍ଟା କରେ । ଏମିତି କିଛି ନୂଆ ଢଙ୍ଗରେ ଦେବୀଙ୍କ ମନ୍ଦିରକୁ ସଜାଇ ଭାବର ନୈବେଦ୍ୟ ବାଢିଛନ୍ତି ଭକ୍ତ । ଆନ୍ଧ୍ରପ୍ରଦେଶ ନିଲ୍ଲୋର ଜିଲ୍ଲାରେ ଥିବା କନ୍ୟାକା ପରମେଶ୍ୱରୀ ମନ୍ଦିରରେ ଭକ୍ତମାନେ ଦେବୀଙ୍କ ମନ୍ଦିରକୁ କେବଳ ନୋଟରେ ସଜାଇଛନ୍ତି । ଦେବୀଙ୍କ ପ୍ରତିମା ଠାରୁ ଆରମ୍ଭ କରି ପ୍ରବେଶ ଦ୍ୱାରକୁ ୫ କୋଟି ୧୦ ଲକ୍ଷ ଟଙ୍କା ନୋଟରେ ସଜାଇଛନ୍ତି ମନ୍ଦିର ଦାୟିତ୍ୱରେ ଥିବା ସଦସ୍ୟ । ଏହାସହ ମା’ଙ୍କ ପ୍ରତିମାକୁ ୭ କେଜି ସୁନା ଓ ୬୦ କେଜି ରୂପାରେ ସଜାଯାଇଥିବା ମନ୍ଦିର ପରିଚାଳନା ମୁଖ୍ୟ କହିଛନ୍ତି ।

ସୂଚନା ଅନୁସାରେ, ଦେବୀ ପରମେଶ୍ୱରୀଙ୍କ ମନ୍ଦିରରେ ବର୍ଷ ସାରା ଭିନ୍ନ ଭିନ୍ନ ରୂପରେ ପୂଜା ପାଉଥିବାବେଳେ ଦଶହରା ନବରାତ୍ର ଅବସରରେ ମା’ ମହାଲକ୍ଷ୍ମୀ ରୂପରେ ପୂଜା ପାଇଥାନ୍ତି । ଏହି ଅବସରରେ ମା’ଙ୍କୁ ନୈବେଦ୍ୟ ଭାବେ ତାଙ୍କ ମନ୍ଦିରକୁ ନୋଟରେ ସଜାଇଛନ୍ତି ଭକ୍ତ । ଏଥିରେ ୨୦୦୦ ଟଙ୍କାରୁ ଆରମ୍ଭ କରି ୧୦ ଟଙ୍କିଆ ନୋଟ୍ ବ୍ୟବହାର କରାଯାଇଛି । ସାଜସଜା ପାଇଁ ମୋଟ ୫ କୋଟି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ୪ ବର୍ଷ ପୂର୍ବରୁ ଏହି ପରମ୍ପରା ଆରମ୍ଭ କରିଛନ୍ତି ଭକ୍ତଗଣ । ପ୍ରଥମ ବର୍ଷ ମା’ଙ୍କ ମନ୍ଦିର ଭିତର ସଜାଇବାରେ ମୋଟ ୧୧କୋଟି ଟଙ୍କାର ନୋଟ ବ୍ୟବହାର କରାଯାଇଥିଲା । ସେହି ବର୍ଷଠାରୁ ମା’ଙ୍କ ନବରାତ୍ରକୁ ଆଡମ୍ବର ସହ ପାଳନ କରାଯାଉଛି ।

 

ସମ୍ବନ୍ଧିତ ଖବର