ଭାରତରୁ ପଥର ଯାଇ ୯୦୦ କୋଟି ଟଙ୍କାରେ ମୁସଲିମବହୁଳ ଦେଶରେ ନିର୍ମାଣ ହେଉଛି ଭବ୍ୟ ମନ୍ଦିର

ଦୁବାଇ: ଭାରତରୁ ପଥର ଯାଇ ବିଦେଶରେ ନିର୍ମାଣ ହେଉଛି ଭବ୍ୟ ମନ୍ଦିର | ସଂଯୁକ୍ତ ଆରବ ଏମିରେଟରେ ଅକ୍ଷର ପୁରୁଷୋତ୍ତମ ସ୍ଵାମୀନାରାୟଣ ସଂସ୍ଥା ପକ୍ଷରୁ ଆବୁଧାବିର ଏହି ମନ୍ଦିରର ନିର୍ମାଣ ଚାଲିଛି | ତେବେ ଏହି ମନ୍ଦିର ପାଇଁ ପାଖାପାଖି ୪୫ କୋଟି ଦୀରହମ ବା ୮୮୮ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି | ଆବୁଧାବିର ମୁରେଇଖାହରେ ୨୭ ଏକର ଜମିରେ ଏହି ମନ୍ଦିରର ନିର୍ମାଣ ଚାଲିଛି |

ପ୍ରୋଜେକ୍ଟ ଇଂଜିନିୟରଙ୍କ କହିବା ମୁତାବକ ବର୍ତ୍ତମାନ ମନ୍ଦିରର ମୂଳଦୁଆ ନିର୍ମାଣ ଚାଲିଥିବାବେଳେ ଆସନ୍ତା ଏପ୍ରିଲ ସୁଦ୍ଧା ଏହା ସରିଯିବ | ତେବେ ମୂଳଦୁଆ ନିର୍ମାଣ ପାଇଁ ଭାରତରୁ ଯାଇଥିବା ପଥର ହିଁ ବ୍ୟବହାର କରାଯାଉଛି | ବଡ କଥା ଯେ ମନ୍ଦିର ନିର୍ମାଣ ପାଇଁ ବ୍ୟବହାର ହେବାକୁ ଥିବା ସମସ୍ତ ପଥର ଭାରତରୁ ଜାହାଜ ଯୋଗେ ଯିବ | ଏଥିପାଇଁ ରାଜସ୍ଥାନ ଓ ଗୁଜୁରାଟରେ ଉପଯୁକ୍ତ ପଥରର ସନ୍ଧାନ କରାଯାଉଛି |

ପ୍ରାଚୀନ ହିନ୍ଦୁ ଶିଳ୍ପ ଶାସ୍ତ୍ର ଅନୁଯାୟୀ ମନ୍ଦିରର ନିର୍ମାଣ ଚାଲିଛି | ମନ୍ଦିର ପାଇଁ ଗୋଲାପୀ ରଙ୍ଗର ପଥର ରାଜସ୍ଥାନରୁ ଆସିଥିବାବେଳେ ମାର୍ବଲ ଇଟାଲୀରୁ ଆସିଛି | ୨୦୨୩ ସୁଦ୍ଧା ମନ୍ଦିର ସମ୍ପୂର୍ଣ୍ଣ ଭାବେ ନିର୍ମାଣ ହୋଇଯିବ ବୋଲି ସମ୍ଭାବନା ରହିଛି | ମନ୍ଦିରରେ ମୁଖ୍ୟ ମନ୍ଦିର ବ୍ୟତୀତ ଲାଇବ୍ରେରୀ, କମ୍ୟୁନିଟି ସେଣ୍ଟର, ବଗିଚା ଆଦି ରହିବ |

ସମ୍ବନ୍ଧିତ ଖବର