କୋଝିକୋଡ଼: କୋୟିଲାଣ୍ଡିରେ ବୁର୍ଖା ପିନ୍ଧି ସନ୍ଦେହଜନକ ଭାବେ ବୁଲାବୁଲି କରୁଥିବା ଜଣେ ମନ୍ଦିର ପୂଜକଙ୍କୁ ଜନସାଧାରଣ ଧରି ଥାନରେ ଦେଇଥିବା କଥା ଆଜି ପୁଲିସ କହିଛି।
ସଂଗୃହୀତ ସୂଚନା ଅନୁସାରେ, ଅକ୍ଟୋବର ୭ ତାରିଖ ଦିନ କୋୟିଲାଣ୍ଡି ଜଙ୍କ୍ସନ୍ରେ ଅଟୋଚାଳକମାନେ ୨୮ ବର୍ଷିୟ ଜିଷ୍ଣୁ ନମ୍ବୂତ୍ରି ନାମକ ଉକ୍ତ ପୂଜକଙ୍କୁ ଧରିଥିଲେ।
ବୁର୍ଖା ପିନ୍ଧି ବୁଲୁଥିବା ଦେଖି ସେମାନେ ତାଙ୍କୁ ଧରି ପୁଲିସ ଜିମାରେ ଦେଇଛନ୍ତି। କିନ୍ତୁ, ସେ କୌଣସି ଅପରାଧ କରିଥିବା ଅଭିଯୋଗ ହୋଇନାହିଁ। ତାଙ୍କ ଆତ୍ମୀୟମାନେ ଥାନାରେ ପହଞ୍ଚିବା ପରେ ଆମେ ପୂଜକଙ୍କୁ ଛାଡ଼ି ଦେଇଛୁ ବୋଲି ପୁଲିସ କହିଛି।
ହାଡ଼ଫୁଟି ହୋଇଥିବାରୁ ବୁର୍ଖା ପିନ୍ଧିଛନ୍ତି ବୋଲି ମେପ୍ପାୟୁର ନିକଟରେ ଗୋଟାଏ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରୁଥିବା ଉକ୍ତ ବ୍ୟକ୍ତିଜଣକ ପୁଲିସକୁ କହିଛନ୍ତି। କିନ୍ତୁ, ତାଙ୍କଠାରେ ହାଡ଼ଫୁଟିର ଚିହ୍ନବର୍ଣ୍ଣ ନ ଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା କଥା ପୁଲିସ ସୂଚନା ଦେଇଛି।
ଶେଷରେ ପୁଲିସ ତାଙ୍କ ନାଁ, ଠିକଣା ଏବଂ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରିବା ପରେ ତାଙ୍କୁ ଛାଡ଼ିଦେଇଥିଲେ।
ସୂଚନାଯୋଗ୍ୟ, ବୁର୍ଖା ହେଉଛି ମୁସଲମାନ୍ ମହିଳାମାନେ ପରିଧାନ କରୁଥିବା ତାଳୁରୁ ତଳିପା ପର୍ଯ୍ୟନ୍ତ ଘୋଡ଼ାଇ ରଖୁଥିବା ହୁଗୁଳା ପୋଷାକବିଶେଷ।