ପାକିସ୍ତାନ ସରକାର ଖୋଲିଲେ ହିନ୍ଦୁ ମନ୍ଦିର, ୭୨ ବର୍ଷ ଧରି ପଡିଥିଲା ତାଲା

ନୂଆଦିଲ୍ଲୀ: ଶେଷରେ ଖୋଲିଛି ଶିବାଲା ତେଜା ସିଂହ ମନ୍ଦିର | ଭାରତ ପାକିସ୍ତାନ ବିଭାଜନ ସମୟରୁ ପାକିସ୍ତାନର ସିଆଲକୋଟରେ ଥିବା ୧ ହଜାର ବର୍ଷ ପୁରୁଣା ଶିବାଲା ତେଜା ସିଂହ ମନ୍ଦିର ବନ୍ଦ ହୋଇପଡିଥିଲା । କିନ୍ତୁ ପାକିସ୍ତାନ ସରକାର ଏବେ ପାଖାପାଖି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ୭୨ ବର୍ଷ ଧରି ବନ୍ଦ ହୋଇପଡିଥିବା ଏହି ମନ୍ଦିରକୁ ପୁଣି ଥରେ ଖୋଲିଛନ୍ତି । ବିଭାଜନ ପରେ ଆଜି ପ୍ରଥମ ଥର ପାଇଁ ଏହି ମନ୍ଦିରରେ ଶଙ୍ଖ ଗୁଞ୍ଜରିତ ହୋଇଛି ଏବଂ ଲୋକମାନେ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ମନ୍ଦିରର ସଂରକ୍ଷଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ।

image courtesy – www.ancient-origins.net

ଏନେଇ ଦୀର୍ଘ ଦିନରୁ ମଧ୍ୟ ଦାବି ହୋଇଆସୁଥିଲା । ତେବେ ସବୁଠାରୁ ବଡ କଥା ହେଉଛି, ବିଭାଜନ ପରେ ଭାରତ ପାକିସ୍ତାନ ସିନା ଅଲଗା ହୋଇଗଲେ, କିନ୍ତୁ ହିନ୍ଦୁ ମାନ୍ୟତା ସହ ଯୋଡି ହୋଇଥିବା ଏମିତି ଅନେକ ସ୍ମୃତି ଆଜି ବି ପାକିସ୍ତାନରେ ହିଁ ରହିଯାଇଛି ।

ପାକିସ୍ତାନରେ ଏମିତି ଅନେକ ମନ୍ଦିର ରହିଛି, ଯାହାକି ଅନେକ ପ୍ରସିଦ୍ଧ ଅଟେ । ପାକିସ୍ତାନର ଗୋରଖନାଥ ମନ୍ଦିର ଏହା ମଧ୍ୟରୁ ଅନ୍ୟତମ ଅଟେ । ଏହି ଐତିହାସିକ ମନ୍ଦିର ୧୬୦ ବର୍ଷ ପୁରୁଣା ଅଟେ । ଏହି ମନ୍ଦିର ମଧ୍ୟ ବିଭାଜନ ସମୟରୁ ବନ୍ଦ ହୋଇପଡିରହିଥିଲା, କିନ୍ତୁ ପେଶାବର ହାଇକୋର୍ଟଙ୍କ ଆଦେଶ ପରେ, ୨୦୧୧ ନଭେମ୍ବରରେ ଏହାକୁ ପୁଣି ଥରେ ଖୋଲାଯାଇଥିଲା ।

ସମ୍ବନ୍ଧିତ ଖବର