ଦାଉ ଦାଉ ହୋଇ ଜଳୁଛି ଭାରତ : ବଢ଼ିବାରେ ଲାଗିଛି ତାପମାତ୍ରା

ନୂଆଦିଲ୍ଲୀ: ଦିନକୁ ଦିନ ଅଧିକ ଉତ୍ତପ୍ତ ହେବାରେ ଲାଗିଛି ଭାରତ | ଭାରତର ତାପମାତ୍ରା ଦିନକୁ ଦିନ ବଢୁଛି, ଆଉ ଏହାକୁ ନେଇ ପରିବେଶବିତ ଚିନ୍ତା ପ୍ରକଟ କରିଛନ୍ତି | ଜଙ୍ଗଲ ହ୍ରାସ ସହ ବର୍ଷା ପରିମାଣ କମିଥିବା ଯୋଗୁଁ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି | ତେବେ ବର୍ତ୍ତମାନ ଏଭଳି ଏକ ତଥ୍ୟ ସାମ୍ନାକୁ ଆସିଛି ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ | ନୂଆ ତଥ୍ୟ ମୁତାବକ ଭାରତରେ ରେକର୍ଡ ହୋଇଥିବା ବାର୍ଷିକ-ହାରାହାରି ତାପମାତ୍ରା ଅନୁଯାୟୀ ଗତ ଦୁଇ ଦଶନ୍ଧି ( ୨୦୦୧-୨୦୧୦ ଏବଂ ୨୦୧୧-୨୦୨୦) ସବୁଠାରୁ ଉତ୍ତପ୍ତ ଦଶନ୍ଧି ଭାବେ ପରିଗଣିତ ହୋଇଛି |

ରେକର୍ଡ ହୋଇଥିବା ବାର୍ଷିକ-ହାରାହାରି ମୁଖ୍ୟ ଭୂଖଣ୍ଡର ତାପମାତ୍ରା ଅନୁଯାୟୀ ୨୦୨୦, ଅଷ୍ଟମ ଉତ୍ତପ୍ତ ବର୍ଷ ଭାବେ ବିବେଚିତ ହୋଇଛି | ୨୦୦୧ ରୁ ୨୦୧୦ ଦଶନ୍ଧିରେ ସ୍ୱାଭାବିକ ତାପମାତ୍ରା ଠାରୁ ୦.୨୩ ଡିଗ୍ରୀ ଅଧିକ ଥିବା ବେଳେ ୨୦୧୧-୨୦୨୦ ଦଶନ୍ଧିରେ ତାପମାତ୍ରା ୦.୩୪ ଡ଼ିଗ୍ରୀ ଅଧିକ ରହିଛି | ରେକର୍ଡ ହୋଇଥିବା ୧୫ଟି ଉତ୍ତପ୍ତ ବର୍ଷ ମଧ୍ୟରୁ ୧୨ଟି ଉତ୍ତପ୍ତ ବର୍ଷ ୨୦୦୬ ରୁ ୨୦୨୦ ମଧ୍ୟରେ ରହିଛି |

୨୦୨୦ରେ ସାରା ପୃଥିବୀର ତାପମାତ୍ରା ବିଶ୍ୱ-ପାଣିପାଗ-ସଂସ୍ଥାନ ଅନୁଯାୟୀ ସ୍ୱାଭାବିକ ଠାରୁ ୧.୨ଡ଼ିଗ୍ରୀ ଅଧିକ ରେକର୍ଡ ହୋଇଛି | ରେକର୍ଡ ହୋଇଥିବା ୧୫ଟି ଉତ୍ତପ୍ତ ବର୍ଷ ମଧ୍ୟରୁ ୧୨ଟି ଉତ୍ତପ୍ତ ବର୍ଷ ୨୦୦୬ରୁ ୨୦୨୦ ମଧ୍ୟରେ ରହିଛି |

ନିମ୍ନରେ ନଜର ପକାନ୍ତୁ କେଉଁ ବର୍ଷ କେତେ ତାପମାତ୍ରା ବଢ଼ିବାରେ ଲାଗିଛି:
ଉତ୍ତପ୍ତ ବର୍ଷ: ୨୦୧୬(+୦.୭୧), ୨୦୦୯(+୦.୫୫),୨୦୧୭(+୦.୫୪୧), ୨୦୧୦(+୦.୫୩୯), +୨୦୧୫(+୦.୪୨), ୨୦୨୦(+୦.୨୯)

ସମ୍ବନ୍ଧିତ ଖବର