ଭଡା ଦେଇ ନପାରିବା ଅପରାଧ ନୁହେଁ: ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ଯଦି ଭଡାଟିଆ କୌଣସି କାରଣରୁ ଭଡା ଦେଇ ନପାରନ୍ତି ତେବେ ଏହାକୁ ଅପରାଧ ରୂପେ ଗଣତି କରାଯିବ ନାହିଁ। ଏଥିପାଇଁ ଆଇପିସିରେ କୌଣସି ଦଣ୍ଡ ନାହିଁ। ଏହା ବିରୋଧରେ ଆଇପିସି ଅନୁଯାୟୀ କୌଣସି ମାମଲା ବି କରାଯାଇପାରିବ ନାହିଁ। ସୁପ୍ରିମ କୋର୍ଟ ଏହି ଟିପ୍ପଣୀ ଘର ମାଲିକଙ୍କ ଦ୍ଵାରା ଭଡାଟିଆଙ୍କ ବିରୋଧରେ କରାଯାଇଥିବା ମାମଲାର ଶୁଣାଣି କରି କହିଛନ୍ତି।

ସୁପ୍ରିମ କୋର୍ଟ କହିଛନ୍ତି, ଭଡ଼ା ଦେଇ ନଥିବା ଭଡାଟିଆଙ୍କୁ ଅପରାଧୀ ମାନି ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ପାରିବ ନାହିଁ। ଏହା ସହିତ କୋର୍ଟ ମାମଲାକୁ ଖାରଜ କରି ଦେଇଛନ୍ତି। ଏହି ମାମଲା ନିତୁ ସିଂହ ବନାମ ଉତ୍ତରପ୍ରଦେଶ ରାଜ୍ୟର ଯାଚିକା ସହିତ ଜଡିତ ହୋଇଛି, ଯେଉଁଥିରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ବେଲା ଏମ୍. ତ୍ରିବେଦୀଙ୍କ ବେଞ୍ଚ୍ ଶୁଣାଣି କରିଛନ୍ତି।

ବେଞ୍ଚ୍ କହିଥିଲେ, ଆମ ଅନୁସାରେ ଏହା କୌଣସି ଅପରାଧ ନୁହେଁ ଯଦିଓ ଅଭିଯୋଗରେ ସତ୍ୟତା ଅଛି। ଭଡା ଦେଇ ନପାରିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରିବ କିନ୍ତୁ ଆଇପିସି ଅନୁଯାୟୀ ମାମଲା ଦାୟର ହୋଇ ନାହିଁ।

ଏହି ମାମଲା ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ପାଖରେ ଥିଲା କିନ୍ତୁ କୋର୍ଟ ଆବେଦନକାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମନା କରିଦେଇଥିଲେ।

ଭଡାଟିଆଙ୍କ ଅଧିକ ପରମାଣରେ ଅର୍ଥ ବାକି ରହିଛି। ଯେଉଁଥିପାଇଁ ଅଭିଯୋଗକାରୀ କୋର୍ଟରେ ମାମଲା କରିଥିଲେ। ମାମଲା ଶୁଣିବାପରେ ବେଞ୍ଚ୍ କହିଥିଲେ ଭଡାଟିଆ ସମ୍ପତ୍ତିକୁ ଖାଲି କରିଦେଇଛନ୍ତି, ତେଣୁ ଏହି ମାମଲାକୁ ‘ନାଗରିକ ଉପଚାର (ସିଭିଲ୍ ରେମେଡିଜ୍)’ ଅନୁସାରେ ଫଇସଲା କରାଯାଇପାରିବ। ଏଥିପାଇଁ କୋର୍ଟ ଅନୁମତି ଦେଇ ନଥାଏ।

ସମ୍ବନ୍ଧିତ ଖବର