ନୂଆଦିଲ୍ଲୀ: ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ଚଳାଚଳ ନେଇ ଜନତା ଉତ୍ସାହିତ ଥିବା ବେଳେ ମହାରାଷ୍ଟ୍ରର ପାଳଘର ଜିଲ୍ଲାରେ ଜମି ଅଧିଗ୍ରହଣ ନେଇ ଅନେକ ସମସ୍ୟା ଦେଖାଯାଇଛି। ଏହାରି ଭିତରେ ରାଷ୍ଟ୍ରୀୟ ହାଇ ସ୍ପିଡ ରେଳ କର୍ପୋରେସନ୍ ଦ୍ୱାରା ପ୍ରକଳ୍ପ ନିର୍ମାଣ ନିର୍ଦ୍ଧାରିତ ସମୟର ଗୋଟିଏ ବର୍ଷ ପୂର୍ବରୁ ଶେଷ କରିବାକୁ ଅଣ୍ଟା ଭିଡିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନର ପ୍ରକଳ୍ପକୁ ବିରୋଧୀମାନେ ନିନ୍ଦା କରୁଥିବା ବେଳେ ବର୍ତ୍ତମାନ ଦ୍ରୁତ ଗତିରେ ଜମି ଅଧିଗ୍ରହଣ ଚାଲିଛି। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ମାଣ କାମ ପାଇଁ ଆଠ ଦିନ ପରେ ଟେଣ୍ଡର ପ୍ରକାଶ ପାଇବ ବୋଲି ଜାତୀୟ ଗଣମାଧ୍ୟମରୁ ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଦେଶର ବହୁ ପ୍ରତିକ୍ଷୀତ ପ୍ରକଳ୍ପର ଅଂଶ ବିଶେଷ ଅର୍ଥାତ ୨୧୦ ମିଟର ଲମ୍ବ ସ୍ୱତନ୍ତ୍ର ପୋଲ ପାଇଁ ଅଗଷ୍ଟ ୮ରେ ଟେଣ୍ଡର ହେବ। ଏହି ପୋଲି ଗୁଜରାଟର ନଭସାରି ଜିଲ୍ଲାର ଜାତୀୟ ରାଜପଥ ୪୮ ନମ୍ବର ଉପରେ ନିର୍ମାଣ ହେବ। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ପ୍ରକଳ୍ପ ପୂରା ହେବାର ସମୟ ସୀମା ୨୦୨୩ ପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇଛି କିନ୍ତୁ ଏକ ବର୍ଷ ପୂର୍ବରୁ ଏହା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
ମୁମ୍ବାଇ ହାଇ ସ୍ପିଡ ରେଳ ପ୍ରକଳ୍ପ ପାଇଁ ୨୬ଟି ଟେଣ୍ଡର ପ୍ରକଳ୍ପ ନିର୍ଦ୍ଧାରଣ କରାଯାଇଛି। ଏଥିରୁ ୬ଟି ଆମନ୍ତ୍ରଣ କରାଯାଇଛି। ଏଥିରୁ ୩ଟି ୩ ଅଗଷ୍ଟରେ ଖୋଲିବ। ରେଳମନ୍ତ୍ରୀ ପୀୟୁଷ ବୁଧବାର ସାଂସଦ କେ. ଅଶୋକ କୁମାରଙ୍କ ଲିଖିତ ପ୍ରଶ୍ନରେ ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି। ସାଂସଦ ବିନାୟକ ଭାଉରବ, ଆନନ୍ଦରାମ, ଡ. ପ୍ରୀତମ, ଧର୍ମେନ୍ଦ୍ର ଯାଦବ, ଶ୍ରୀରଙ୍ଗ, ଆଧଲରାଓ ପାଟିଲ ରେଳମନ୍ତ୍ରୀଙ୍କୁ ଲିଖିତ ବୟାନରେ କହିଥିଲେ ବୁଲେଟ୍ ଟ୍ରେନ୍ କେବଳ ଧନୀ ଲୋକଙ୍କର ଆବଶ୍ୟକତା ପୂରଣ କରିବ। ସାଧାରଣ ଲୋକଙ୍କୁ ଏଥିରୁ କିଛି ମିଳିବ ନାହିଁ।