ଓଡ଼ିଶାର ୪ ଜାତୀୟ ରାଜପଥ ପାଇଁ ଟେଣ୍ଡର

ନୂଆଦିଲ୍ଲୀ : ଓଡ଼ିଶାର ୪ଟି ଜାତୀୟ ରାଜପଥ ସମ୍ପର୍କିତ ନିର୍ମାଣ ପାଇଁ ଟେଣ୍ଡର ଆହ୍ଵାନ କରାଯାଇଛି। ଭୁବନେଶ୍ୱର-ପୁରୀ ସେକ୍ସନ ଅନ୍ତର୍ଗତ ୪ ଥାକିଆ ପୁରୀ ବାଇପାସ ରାସ୍ତାର ବଳକା ୧୧ କିମି କାର୍ଯ୍ୟ ପାଇଁ ଇଞ୍ଜିନିୟରିଂ ପ୍ରକ୍ୟୁରମେଣ୍ଟ୍‌ କନଷ୍ଟ୍ରକସନ୍‌ ଆଧାରରେ ୫୭ କୋଟି ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ ହୋଇଛି। ଇଚ୍ଛାପୁରମ୍‌ ଠାରୁ ପୁଇଁତୋଳା (ଜାତୀୟ ରାଜପଥ-୫)ର ୫୧ କିମି ପାଇଁ ହାଇବ୍ରିଡ୍‌ ଆନୁଇଟି ମୋଡ୍‌ ଦ୍ୱାରା ହେବାକୁ ୮୨୪.୬୬ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ପୁଇଁତୋଳା ଠାରୁ ଟାଙ୍ଗୀ (ଜାତୀୟ ରାଜପଥ-୫) ର ୭୧ କିମି ରାଜପଥ ନିର୍ମାଣ କାର୍ଯ୍ୟ ଇଞ୍ଜିନିୟରିଂ ପ୍ରକ୍ୟୁରମେଣ୍ଟ କନଷ୍ଟ୍ରକସନ୍‌ ମୋଡ୍‌ ଦ୍ୱାରା ତ୍ୱରାନ୍ଵିତ କରାଯିବା ପାଇଁ ୬୧୬.୯୯ କୋଟି ଟଙ୍କାର ଟେଣ୍ଡର ଆହ୍ଵାନ ହୋଇଛି। ଜାତୀୟ ରାଜପଥ-୫ ଅନ୍ତର୍ଗତ ଟାଙ୍ଗୀଠାରୁ ଭୁବନେଶ୍ୱର ୫୯ କିମି ଜାତୀୟ ରାଜପଥ ପାଇଁ ଅନୁରୂପ ଭାବେ ୯୬୬.୮୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଅପରପକ୍ଷେ, କେନ୍ଦ୍ର ସଡ଼କ, ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଦ୍ୱାରା ମାର୍ଚ୍ଚ ୨୦୧୮ ସୁଦ୍ଧା ଓଡ଼ିଶା ପାଇଁ ୮୮୦ କିମି ବ୍ୟାପୀ ପ୍ରକଳ୍ପର ମଞ୍ଜୁରି ପ୍ରଦାନ କରାଯିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର