କରୋନାଭାଇରସ୍‌ ସଂକ୍ରମଣ ଭୟ: ଚିକେନ୍‌ ଠାରୁ ପଣସକଠାର ମୂଲ୍ୟ ଅଧିକ

ଲକ୍ଷ୍ନୌ: କରୋନାଭାଇରସ୍‌ ସଂକ୍ରମଣ ଆଶଙ୍କା କରି କୁକୁଡ଼ା ଓ ଛେଳିମାଂସ ବିକ୍ରି ହ୍ରାସ ପାଇବାରୁ ଲୋକେ ପଣସକଠାକୁ ବିକଳ୍ପ ଭାବେ ଆଦରି ନେଇଛନ୍ତି। ଫଳରେ ଲକ୍ଷ୍ନୌରେ ଏହି ମାମୁଲି ପରିବାର ଦାମ୍‌ ଏବେ ୧୨୦%ରୁ ଅଧିକ ବଢ଼ିଯାଇଛି। ସାଧାରଣତଃ କିଲୋପିଛା ୫୦ ଟଙ୍କା ଦର ଥିବା ପଣସକଠା ଏବେ ଏଠାରେ ୧୨୦ ଟଙ୍କାରେ ବିକ୍ରୟ ହେଉଛି।

ଚାହିଦା ନ ଥିବାରୁ କୁକୁଡ଼ା ମାଂସ କିଲୋ ଏବେ ୮୦ ଟଙ୍କାକୁ ଖସି ଆସିଛି।

ନିୟମିତ ଆମିଷ ଖାଉଥିବା ପରିବାରର ପୂର୍ଣ୍ଣିମା ଶ୍ରୀବାସ୍ତବ ନାମକ ଜଣେ ମହିଳା କହନ୍ତି: ମଟନ୍‌ ବିରିୟାନି ପରିବର୍ତ୍ତେ କଠା ବିରିୟାନି ଖାଇବା ଉତ୍ତମ। ଏହାର ସ୍ୱାଦ ମଧ୍ୟ ଭଲ। ସମସ୍ୟା ହେଉଛି କଠା କେବଳ ପରିବା ବଜାରରେ ବିକ୍ରୟ ହେଉଛି। ତେଣୁ କଠା ପାଇବା କଷ୍ଟକର ହେଉଛି।

Image Source: Farm Fresh Vegetable

କରୋନାଭାଇରସ୍‌ ସଂକ୍ରମଣ ଯୋଗୁଁ କୁକ୍କୁଟ ବ୍ୟବସାୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। କୁକୁଡ଼ା କରୋନାଭାଇରସ୍‌ର ବାହକ ନୁହେଁ ବୋଲି ଲୋକମାନଙ୍କୁ ସଚେତନ କରାଇବାକୁ ନିକଟରେ ଗୋରଖପୁର ଠାରେ ‘ପଲ୍‌ଟ୍ରି ଫାର୍ମ ଆସୋସିଏସନ୍‌’ ଚିକେନ୍‌ ମେଳା ଆୟୋଜନ କରିଥିଲା। ସେଥିରେ ଲୋକମାନଙ୍କୁ ପ୍ଲେଟ୍‌ ପିଛା ୩୦ ଟଙ୍କାରେ କୁକୁଡ଼ା ମାଂସ ବ୍ୟଞ୍ଜନ ପରିବେଷଣ କରାଯାଇଥିଲା। ହଜାର କିଲୋ କୁକୁଡ଼ା ମାଂସ ରନ୍ଧା ଯାଇଥିଲା। ସବୁ ଶେଷ ହୋଇଗଲା ବୋଲି ଆସୋସିଏସନ୍‌ ତରଫରୁ କୁହାଯାଇଛି।

ସମ୍ବନ୍ଧିତ ଖବର