ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ସଚିନ ତେନ୍ଦୁଲକର : ୧୦ଟି ପୁଶ୍ ଅପ୍ ମାରି ଏକାଠି କଲେ ୧୫ ଲକ୍ଷ ଟଙ୍କା!

ନୂଆଦିଲ୍ଲୀ : ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର । ନୂଆଦିଲ୍ଲୀରେ ଆଇଡିବିଆଇ ଫେଡେରାଲ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ଆୟୋଜିତ ହୋଇଥିବା ମାରାଥନ୍ ରାଲିରେ ଭାଗ ନେଇଥିଲେ ସଚିନ୍ । ଆଉ ଏଥିରେ ପୁଲୱାମା ଆତଙ୍କୀ ହମଲାରେ ସହିଦ ହୋଇଥିବା ଯବାନଙ୍କ ପରିବାରଙ୍କ ପାଇଁ ୧୫ ଲକ୍ଷ ଟଙ୍କା ଏକାଠି କରିଛନ୍ତି । ମାରାଥନ୍ ପୂର୍ବରୁ ସଚିନ ‘କିପ୍ ମୁଭିଙ୍ଗ ପୁଶ୍ ଅପ୍ ଚ୍ୟାଲେଞ୍ଜ’ କରିଥିଲେ ଆଉ ଏଥିରେ ସମସ୍ତ ଧାବକମାନଙ୍କୁ ସାମିଲ କରିଥିଲେ । ଆଉ କହିଥିଲେ ଏଥିରୁ ଯେଉଁ ଅର୍ଥ ମିଳିବ, ତାହା ସହିଦଙ୍କ ପରିବାରକୁ ହସ୍ତାନ୍ତର କରାଯିବ ।

ଫେବୃଆରୀ ୧୪ ତାରିଖ ବିଶ୍ୱ ଇତିହାସରେ ଏକ କଳା ଅଧ୍ୟାୟ ହୋଇରହିଯାଇଛି । ପୁଲୱାମାରେ ଆତଙ୍କବାଦୀଙ୍କ ଛାତିଥରା ଆକ୍ରମଣ ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ, ଏବେ ପ୍ରତିଶୋଧର ନିଆଁରେ ଜଳୁଛି ଭାରତ । କୋହ ଯେତିକି, କ୍ରୋଧ ତାଠୁ ଅଧିକ । ସମସ୍ତଙ୍କ ମୁହଁରେ ଏବେ ଗୋଟିଏ କଥା ପାକିସ୍ତାନ ମୁର୍ଦ୍ଦାବାଦ । ଆଉ ଏହାରି ଭିତରେ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ମଧ୍ୟ ସହାୟତାର ହାତ ବଢାଉଛନ୍ତି ଅନେକ ବ୍ୟକ୍ତିବିଶେଷ ।

ସମ୍ବନ୍ଧିତ ଖବର