ସୀମାରେ ସ୍ଥିତି ବିସ୍ଫୋରକ ! ଫାୟାରିଂ ଦୂରତ୍ୱରେ ଭାରତ ଓ ଚୀନ ସେନା 

ନୂଆଦିଲ୍ଲୀ : ବିଶ୍ୱାସଘାତକତା ଚୀନ ଚରିତ୍ରର ଏକ ଅବିଚ୍ଛେଦ୍ୟ ଅଂଗ ପାଲଟିଛି । ଗୋଟିଏ ପଟେ ସୀମାରେ ସୈନ୍ୟପ୍ରତ୍ୟାହାର କରି ଉତ୍ତେଜନା ହ୍ରାସ ପାଇଁ ଚୀନ ଭାରତ ସହ ଆଲୋଚନା କରୁଥିବାବେଳେ ଅନ୍ୟପଟେ ସୀମାରେ ନିଜର ସୈନ୍ୟବଳ ବଢାଇଚାଲିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ମଧ୍ୟ ସର୍ବାଧିକ ସତର୍କତା ଅବଲମ୍ବନ କରୁଛି ।

ମିଳିଥିବା ସୂଚନା ଅନୁସାରେ ଚୀନ ପୂର୍ବ ଲଦାଖସ୍ଥିତ ପେଙ୍ଗାଙ୍ଗ ସୋ ହ୍ରଦ ନିକଟରେ ଥିବା ସ୍ପାଙ୍ଗୁର ଗ୍ୟାପ ନିକଟରେ ହଜାର ହଜାର ସୈନିକ ଓ ଯୁଦ୍ଧ ଉପକରଣ ଠୁଳ କରିଚାଲିଛି । ଏ ଅଞ୍ଚଳକୁ ଭାରତୀୟ ସେନା ଅଧିକାର କରିନେଇଥିବାରୁ ଚୀନ ସେନା ବିବ୍ରତ ହୋଇପଡ଼ିଛି । ଭାରତୀୟ ସେନାକୁ ଏଠାରୁ ତଡ଼ିବାକୁ ଚୀନ ପ୍ରସ୍ତୁତି କରୁଥିବା ଜଣାପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ମଧ୍ୟ ସର୍ବାଧିକ ସତର୍କତା ଅବଲମ୍ବନ କରୁଛି । ଭାରତୀୟ ସେନାର ସ୍ୱତନ୍ତ୍ର କମାଣ୍ଡୋ  ବାହିନୀ ଏସଏସଏଫକୁ ଏଠାରେ ମୁତୟନ କରାଯାଇଛି । ସ୍ଥିତି ଏପରି ବିସ୍ଫୋରକ ହୋଇଛି ଯେ ଦୁଇଦେଶର ସେନା ପରସ୍ପରର ଫାୟାରିଂ ଦୂରତ୍ୱରେ ଅଛନ୍ତି ବୋଲି କୁହାଯାଉଛି । ଚୀନ ସେନା ତୋପ ଓ ରକେଟ ଲଞ୍ଚର ମୁତୟନ କରିଥିବାରୁ ଭାରତୀୟ ସେନା ମଧ୍ୟ ଅନୁରୂପ ପଦକ୍ଷେପ ନେଇଛି ।  ଭାରତୀୟ ସେନାର ମୁକାବିଲା କରିବାକୁ ଚୀନ ସେନା ନିଜର ସ୍ୱତନ୍ତ୍ର ପ୍ରଶିକ୍ଷିତ ମିଲିସିଆ ସ୍କ୍ଵାଡକୁ ମୁତୟନ କରିଛି ।

ସମ୍ବନ୍ଧିତ ଖବର