ବିବାହ ପରେ ବି ସନ୍ତାନ ଜନ୍ମ ନ କରିବା ଏହି ଦେଶ ପାଇଁ ପାଲଟିଛି ଚିନ୍ତାର କାରଣ

ଟୋକିଓ: ଜାପାନ ଦୁନିଆର ଅଳ୍ପ କିଛି ଦେଶର ତାଲିକାରେ ଅଛି, ଯେଉଁଠାରେ ବହୁ ସଂଖ୍ୟକ ଲୋକ ଆଜୀବନ ଅବିବାହିତ ରହିଥା’ନ୍ତି | ସେହିପରି ଜାପାନରେ ବିବାହ ପରେ ମଧ୍ୟ ଲୋକମାନେ ସନ୍ତାନ ଜନ୍ମ କରିବାଠାରୁ ଦୂରେଇ ରହୁଛନ୍ତି । ଏହିସବୁ କାରଣରୁ ଜାପାନରେ ଶିଶୁମାନଙ୍କର ଜନ୍ମ ହାର ମଧ୍ୟ ହ୍ରାସ ପାଉଛି | ରିପୋର୍ଟ ଅନୁଯାୟୀ, ଜାପାନରେ ଯେଉଁମାନେ ସାରା ଜୀବନ ଅବିବାହିତ ରହିବାକୁ ଚାହୁଁଛନ୍ତି ସେମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି କାରଣରୁ, ଜାପାନର ଜନସଂଖ୍ୟାରେ ବୟସ୍କଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି |

ଏହି ପରିସ୍ଥିତି ବର୍ତ୍ତମାନ ଚିନ୍ତାଜନକ ହୋଇଥିବାବେଳେ ଏହା ଦେଶରେ ଏକ ପ୍ରମୁଖ ସଙ୍କଟ ପାଲଟିଛି | ଆଉ ଏହା ଦେଶର ଅର୍ଥନୀତି ଉପରେ ମଧ୍ୟ ପ୍ରଭାବ ପକାଉଛି। ଚୁଓ ବିଶ୍ୱବିଦ୍ୟାଳୟର ପ୍ରଫେସର ମାସାହିରୋ ୟାମାଡା କହିଛନ୍ତି ଯେ ବୋଧହୁଏ ଜାପାନର ୨୫ ପ୍ରତିଶତ ଯୁବକ ଅବିବାହିତ ରହିବେ ଏବଂ ସାରା ଜୀବନ ବିବାହ କରିବେ ନାହିଁ।

ରିପୋର୍ଟ ଅନୁଯାୟୀ, ୧୯୯୨ ତୁଳନାରେ ୨୦୧୫ ମସିହାରେ ଦେଶରେ ୧୮ ରୁ ୩୯ ବର୍ଷର ଯୁବପିଢ଼ିଙ୍କ ମଧ୍ୟରେ ଅବିବାହିତ ମହିଳାଙ୍କ ସଂଖ୍ୟା ୨୨ ଲକ୍ଷ ଓ ଅବିବାହିତ ପୁରୁଷଙ୍କ ସଂଖ୍ୟା ୧୭ ଲକ୍ଷକୁ ବୃଦ୍ଧି ପାଇଛି | ସୂଚନା ଥାଉ କି ବର୍ତ୍ତମାନ ଜାପାନର ମୋଟ ଜନସଂଖ୍ୟା ପ୍ରାୟ ସାଢେ ବାର କୋଟି ରହିଥିବାବେଳେ ପ୍ରତି ଚାରିଜଣ ମହିଳାଙ୍କ ମଧ୍ୟରୁ ଜଣେ ଏବଂ ତିନି ପୁରୁଷଙ୍କ ମଧ୍ୟରୁ ଜଣେ ୩୦ ବର୍ଷରୁ ଅଧିକ ହୋଇଥିଲେ ବି ଅବିବାହିତ ରହିଛନ୍ତି |

ସମ୍ବନ୍ଧିତ ଖବର