ଶ୍ରୀନଗର : ଗତ ଅଗଷ୍ଟ ୬ ତାରିଖରେ ପଥର ମାଡ଼ର ଶିକାର ହୋଇଥିବା ଜମ୍ମୁ କଶ୍ମୀରର ଜଣେ ଯୁବକ ଅସର୍ ଅହମଦ ଖାନ୍ଙ୍କର ଆଜି ମୃତ୍ୟୁ ଘଟିଛି। ଅହମଦ୍ଙ୍କ ମୃତ୍ୟୁ ସହ ଗତ ଗୋଟିଏ ମାସ ମଧ୍ୟରେ ଜମ୍ମୁ କଶ୍ମୀରରେ ୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସେନା ପକ୍ଷରୁ କୁହାଯାଇଛି। ତେବେ କେବଳ ପଥର ମାଡ଼ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁଁ ୫ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଲେପ୍ଟନାଣ୍ଟ୍ ଜେନେରାଲ କେଜେଏସ୍ ଧିଲନ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି। ଅହମଦ ଖାନ୍ଙ୍କ ମୃତ୍ୟୁ ପରେ ଶ୍ରୀନଗରରେ ହିଂସା ଉପୁଜିବା ଆଶଙ୍କା ଥିବାରୁ ଏନେଇ ଆଜି ପୁଣି କଠୋର କଟକଣା ଜାରି ହୋଇଛି। ଅହମଦ ଖାନ୍ ଗତ ଅଗଷ୍ଟ ୬ ତାରିଖରେ ଶ୍ରୀନଗରର ସୌରାରେ ଏକ ଆନ୍ଦୋଳନରେ ଯୋଗ ଦେଇଥିବା ବେଳେ ପଥର ମାଡ଼ର ଶିକାର ହୋଇଥିଲେ। ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ସୌରାର ଏକ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି।
ଯୁବକର ମୃତ୍ୟୁକୁ ନେଇ ଉତ୍ତେଜନା, ଶ୍ରୀନଗରରେ ପୁଣି କଠୋର କଟକଣା
/sambad/media/post_attachments/wp-content/uploads/2019/09/111.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)