ଇସ୍‌ଲାମବାଦ୍‌: ପହଲଗାମ ଆତଙ୍କୀ ଆକ୍ରମଣ ପଛରେ ପାକିସ୍ତାନକୁ ଦାୟୀ କରି ଶକ୍ତ ନିଷ୍ପତ୍ତି ନେଇଛି ଭାରତ । ଏହାରି ଭିତରେ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତବାସର ଶୀର୍ଷ ଅଧିକାରୀଙ୍କୁ ସମନ କରିଛନ୍ତି ଭାରତ ସରକାର। ପାକିସ୍ତାନୀ ଅଧିକାରୀ ସାଦ ଅହମ୍ମଦ ୱରାଇଜ୍ ଜରିଆରେ ପାକ୍ ସରକାର ଓ ପାକିସ୍ତାନ ସେନାଙ୍କୁ ଚେତାବନୀ ଦିଆଯାଇଛି । ଔପଚାରିକ ଭାବେ ଏକ ନନ୍ ଗ୍ରେଟା ନୋଟ୍ ଜାରି କରିଛି ପ୍ରତିରକ୍ଷା ମନ୍ତ୍ରାଳୟ । ଏଭଳି ଆତଙ୍କୀ କାର୍ୟ୍ୟକଳାପର ଶକ୍ତ ଜବାବ ଦିଆଯିବ ବୋଲି ଭାରତ ସରକାର ରୋକଠୋକ୍ ଜଣାଇ ଦେଇଛନ୍ତି । ଯାହାକୁ ନେଇ ଏବେ ପୂରା ଚିନ୍ତାରେ ପଡ଼ିଯାଇଛି ପାକିସ୍ତାନ।

Advertisment

ପହଲଗାମ ଆକ୍ରମଣ ପଛରେ ପାକିସ୍ତାନର ସଂଯୋଗ ରହିଛି। ସୀମା ପାର ହୋଇ ଆତଙ୍କୀ ଭାରତ ଆସିଥିବା ନେଇ ବୈଦେଶିକ ମନ୍ତ୍ରଣାଳୟର ସୂଚନା । ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ସ୍ପଷ୍ଟ ହେବା ପରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ।

ଭିସା ଏବଂ ସ୍ଥଳପଥରେ ଯାତାୟତ ବନ୍ଦ ନେଇ ଭାରତ ନିଷ୍ପତ୍ତି । ଆଟ୍ରି-ୱାଘା ଚେକ୍‌ପୋଷ୍ଟ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ବୈଦେଶିକ ସଚିବ ବିକ୍ରମ ମିସ୍ରୀ । ଭାରତରେ ଥିବା ପାକିସ୍ତାନୀ ଦୂତାବାସ ଏକାଥିକ ଅଧିକାରୀଙ୍କୁ ବହିଷ୍କାର କରାଯାଇଛି । ଆଗାମୀ ୭ ଦିନ ମଧ୍ୟରେ ସେମାନଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାକିସ୍ତାନ ଦୂତାବାସର କର୍ମଚାରୀ ୫୫ରୁ ୩୦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁଠୁ ବଡ଼ ପଦକ୍ଷେପ ସ୍ବରୁପ ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ କରାଯାଇଛି ।