ନୂଆଦିଲ୍ଲୀ: ସିଂଘୁ ସୀମା ଚାଷୀ ଆନ୍ଦୋଳନସ୍ଥଳରେ ପଂଜାବର ଶ୍ରମିକ ଲଖବୀର ସିଂହଙ୍କୁ ନିକଟରେ ଅତି ନିର୍ମମ ହତ୍ୟା କରାଯାଇଥିବା ବେଳେ ଆଜି ଲଖ୍ବୀରଙ୍କ ସମର୍ଥନରେ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରୁ ବହୁ ସଂଖ୍ୟାରେ ଚାଷୀ ସିଂଘୁ ଅଭିମୁଖେ ଯାତ୍ରା କରିଥିଲେ। ତେବେ ସେମାନଙ୍କୁ ନରେଲାରେ ପୁଲିସ ଅଟକାଇଥିଲା ଏବଂ ଚାଷୀମାନେ ପୁଲିସର ବାରଣକୁ ଖାତିର ନକରି ଆଗକୁ ବଢ଼ିବାରୁ ସେମାନଙ୍କ ଉପରେ ମୃଦୁ ଲାଠି ଚାଳନା କରାଯାଇଥିଲା। ସୂଚନାଯୋଗ୍ୟ, ଲଖ୍ବୀରଙ୍କ ହାତ ଓ ପାଦ କାଟି ବର୍ବର ହତ୍ୟା ପରେ ଶବକୁ ଆନ୍ଦୋଳନସ୍ଥଳରେ ହିଁ ଏକ ବ୍ୟାରିକେଡ୍ରେ ଝୁଲାଇ ଦିଆଯାଇଥିଲା। ଏହି ମାମଲାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି ଏବଂ ତଦନ୍ତ ଜାରି ରହିଛି। ଆଜି ଯେଉଁ ଚାଷୀମାନେ ସିଂଘୁ ସୀମାକୁ ଆସୁଥିଲେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲେ ସେଠାରେ ଦୁଇ ଗୋଷ୍ଠୀ କୃଷକଙ୍କ ମଧ୍ୟରେ ବଡ଼ ସଂଘର୍ଷ ଘଟିବା ଆଶଙ୍କା ରହିଥିଲା। ପରିସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ ରହିଛି ଏବଂ ଏହି ହତ୍ୟାକୁ ଚାଷୀନେତା ରାକେଶ ଟିକାୟତ ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି।
ଲଖ୍ବୀରଙ୍କ ସମର୍ଥନରେ ଆସିଥିବା କୃଷକଙ୍କ ଉପରେ ଲାଠିମାଡ଼: ସିଂଘୁ ସୀମାରେ ଉତ୍ତେଜନା
/sambad/media/post_attachments/wp-content/uploads/2021/10/g65d4j64gd9j8797gd98gj654gjd65gjd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)