ମୁମ୍ବାଇ: ମହାରାଷ୍ଟ୍ରର ଏକ ସ୍କୁଲ୍ରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ନିର୍ମମ ହତ୍ୟା କରାଯିବା ନେଇ ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ସ୍କୁଲ୍ ପରିସରରୁ ପୁଲିସ କ୍ଷତବିକ୍ଷତ ଶବ ଉଦ୍ଧାର କରିଛି । ମହାରାଷ୍ଟ୍ରର ସୋଲାପର ଜିଲ୍ଲାର ପିରେଲ ଗ୍ରାମରେ ଏହି ଘଟଣା ଘଟିଛି। ଗ୍ରାମର ସମତା ହାଇସ୍କୁଲରେ ଦଶମ ଶ୍ରେଣୀର ଛାତ୍ର ମହେଶ କାରାନ୍ଦେଙ୍କୁ ତାଙ୍କର ଅନ୍ୟ ଦୁଇ ଜଣ ସହପାଠୀ ଗତକାଲି ଏକ ଧାରୁଆ ଦା’ରେ ହତ୍ୟା କରିଥିବା ନେଇ ପୁଲିସକୁ ପ୍ରମାଣ ମିଳିଛି। ଗୁରୁଗ୍ରାମ ଓ ଦିଲ୍ଲୀ ପରେ ଏବେ ମହାରାଷ୍ଟ୍ରରେ ଜଣେ ଛାତ୍ରଙ୍କୁ ସ୍କୁଲ ଭିତରେ ଏଭଳି ନର୍ମମ ହତ୍ୟା ଅଭିଭାବକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ପୁଲିସ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି । ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି ଯେ ମହେଶ ତାଙ୍କ ଶ୍ରେଣୀର ଏକ ଝିଅକୁ ବାରମ୍ବାର ଚାହୁଥିବାରୁ ଏହାକୁ ନେଇ ଦୁଇଜଣ ଛାତ୍ରଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା । ଦୁଇଜଣ ସହପାଠୀ ତାଙ୍କୁ ହତ୍ୟା କରାଯିବ ବୋଲି ଅନ୍ୟ ପିଲାଙ୍କ ଆଗରେ ଧମକ ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ଏକ ଦାଆରେ ତାଙ୍କୁ ବାରମ୍ବାର ଚୋଟ ମାରି ହତ୍ୟା କରିଛନ୍ତି। ପୁଲିସ ସୁତ୍ରରୁ ଜଣାଯାଇଛି ଯେ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ପ୍ରାକ୍ଟିକାଲ ଟେଷ୍ଟ୍ ଚାଲିଥିବା ସମୟରେ ମହେଶଙ୍କୁ କମ୍ପ୍ୟୁଟର ରୁମ୍ ବାହାରେ ଦୁଇ ଜଣ ଛାତ୍ର ଅଚାନକ ଦା’ରେ ମୁଣ୍ଡ, ମୁହଁ ଓ ବେକକୁ ଆକ୍ରମଣ କରିଥିଲେ । ଦୁର୍ଘଟଣା ଘଟାଇ ସ୍କୁଲ୍ରୁ ଫେରାର ଥିବା ଉକ୍ତ ଦୁଇ ଅଭିଯୁକ୍ତ ଛାତ୍ରଙ୍କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି ଏବଂ ସେମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି। ଅଭିଯୁକ୍ତ ଛାତ୍ରଙ୍କ ମଧ୍ୟରୁ ଜଣେ ନାବାଳକ ଥିବାବେଳେ ଅନ୍ୟ ଜଣଙ୍କ ବୟସ ୨୦ ବର୍ଷ। ନାଟେନୁଟ୍ ଥାନା ଅଧିକାରୀ ରାଜକୁମାର ଭୁଜବଳଙ୍କ କହିବା ଅନୁଯାୟୀ ମହେଶଙ୍କୁ ଦା’ରେ ଆକ୍ରମଣ କରିବା ପରେ ଉକ୍ତ ୨ ଛାତ୍ର ଫେରାର୍ ହୋଇଯାଇଥିଲେ। ସେମାନେ ଗାଁ ଛାଡ଼ି ମୁମ୍ବାଇ ପଳାଇଯିବାକୁ ଯୋଜନା କରି ଅନ୍ୟ ଏକ ଗାଁରେ ଲୁଚିରହିଥିଲେ। ତେବେ ପୁଲିସ ସେମାନଙ୍କୁ ଗିରଫ କରି ଜେରା ବେଳେ ଉଭୟେ ସାମାନ୍ୟ କାରଣରୁ ଏଭଳି ହତ୍ୟା ଘଟାଇଥିବା ସ୍ୱୀକାର କରିଥିଲେ।
ମହାରାଷ୍ଟ୍ରରେ ଚାଞ୍ଚଲ୍ୟ: ଦଶମ ଶ୍ରେଣୀ ଛାତ୍ରକୁ ସ୍କୁଲ୍ରେ ହତ୍ୟା, ୨ ସହପାଠୀ ଗିରଫ
/sambad/media/post_attachments/wp-content/uploads/2018/02/arrested-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)