ଆରମ୍ଭ ହେଲା ଦଶମ ଭାରତ-ଋଷ୍‌ ମିଳିତ ସମରଭ୍ୟାସ୍‌ ‘ଇନ୍ଦ୍ର ୧୮’

ଝାନ୍‌ସି: ଭାରତ ଓ ଋଷ୍‌ ଭିତରେ ହେବାକୁ ଥିବା ଦଶମ ମିଳିତ ସମରଭ୍ୟାସ୍‌ ‘ଇନ୍ଦ୍ର ୧୮’ର ଉଦ୍‌ଘାଟନୀ ଉତ୍ସବ ସୋମବାର ଉତ୍ତରପ୍ରଦେଶର ଝାନ୍‌ସି ଜିଲ୍ଲାସ୍ଥିତ ବେବିନା ମିଲିଟାରି ଷ୍ଟେସନ୍‌ରେ ଆରମ୍ଭ ହୋଇଯାଇଛି। ଏହି ଉତ୍ସବରେ ଉଭୟ ଦେଶର ବରିଷ୍ଠ ଅଧିକାରୀଙ୍କ ସହ ସୈନିକ ଦଳ ଉପସ୍ଥିତ ହୋଇଛନ୍ତି। ଉତ୍ସବରେ ବେସାମରିକ ସେନା ହେଲିକପ୍ଟର ବି ଦେଖିବାକୁ ମିଳିଥିଲା। ପରେଡ୍‌ ସମୟରେ ହେଲିକପ୍ଟର ଉପରେ ଉଡ଼ି ଉଡ଼ି ଦୁଇ ପକ୍ଷର ଜାତୀୟ ପତାକା ଉଡ଼ାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

ମିଳିତ ସମରାଭ୍ୟାସ ସମୟରେ ଉଭୟ ପକ୍ଷର ଅଧିକାରୀ ପରସ୍ପର ସହ ବାର୍ତ୍ତାଳାପ କରିବା ସହ ସେମାନଙ୍କ ଭିତରେ ଉତ୍ତମ ସଂପର୍କ ଦେଖିବାକୁ ମିଳିଥିଲା। ଏହି ସମରାଭ୍ୟାସର ଉଦେଶ୍ୟ ହେଉଛି ଉଭୟ ଦେଶର ସେନା ପରସ୍ପର ସହ ଉତ୍ତମ ସଂପର୍କ ଗଠନ କରିବା ସହ ଦୁଇ ଦେଶର ସାମରିକ ସଂପର୍କ ସୁଦୃଢ଼ କରିବା।

ସମରଭ୍ୟାସ୍‌ ‘ଇନ୍ଦ୍ର ୧୮’ର ଉଦ୍‌ଘାଟନୀ ଉତ୍ସବ ନଭେମ୍ବର ୧୮ ତାରିଖରେ ହେବ ବୋଲି ପୂର୍ବରୁ ସ୍ଥିର ହୋଇଥିଲା। ମାତ୍ର ପରେ ଏହାକୁ ଘୁଞ୍ଚାଯାଇ ନଭେମ୍ବର ୧୯ରେ କରାଯାଇଛି। ଏହି ସମରାଭ୍ୟାସ ୧୧ ଦିନ ଧରି ଚାଲିବ।

 

 

ସମ୍ବନ୍ଧିତ ଖବର