ନୂଆଦିଲ୍ଲୀ: ରାଜ୍ୟସଭାରେ ଭାଷଣ ଦେଉଥିବା ସମୟରେ ନିଜ ରାଗ ଉପରୁ ନିୟନ୍ତ୍ରଣ ହରାଇ ବସିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ। ବିଜେପି ସାଂସଦ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ର ଶେଖରଙ୍କ ପୁଅ ନୀରଜ ଶେଖର ତାଙ୍କ କଥାରେ ହସ୍ତକ୍ଷେପ କରିବା ପରେ ଖର୍ଗେ ରାଗି ଯାଇଥିବା ଦେଖିବାକୁ ମିଳିଛି। 

Advertisment

ଖର୍ଗେ ରାଗିଯିବା ସହ ଶେଖରଙ୍କୁ ମନେ ପକାଇ ଦେଇଥିଲେ ଯେ ସେ ତାଙ୍କ ପିତାଙ୍କ ସମସାମୟିକ ଏବଂ ତାଙ୍କୁ ପିଲାବେଳୁ ଦେଖି ଆସୁଛନ୍ତି ବୋଲି। ବିଜେପି ସାଂସଦଙ୍କ ଉପରେ ଗର୍ଜିବା ସହ ସେ ତାଙ୍କୁ ବସିବାକୁ ବି କହିଲେ।

ଖର୍ଗେ ତାଙ୍କୁ କହିଲେ କି ‘‘ ତୁମ ବାପା ମୋ ସହ କାମ କରୁଥିଲେ । ତୁମେ ମତେ କଣ କହିବ । ଚୁପ୍‌ ହୋଇ ନିଜ ଜାଗାରେ ବସ।’’ ଖଡଗେ ରାଗିଯାଇ ଏମିତି କହିବା ପରେ ପୂରା ରାଜ୍ୟସଭା କିଛି ମୁହୂର୍ତ୍ତ ଲାଗି ନୀରବ ହୋଇଥିଲା । ଯାହାକୁ ନେଇ ଏବେ ଦେଶରେ ଚର୍ଚ୍ଚା ଚାଲିଛି।

ବଜେଟ୍‌ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଇଥିବା ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା ରାଜ୍ୟସଭାରେ । ଏହି ଆଲୋଚନା ଭାଗ ନେଇ ନିଜର ବକ୍ତବ୍ୟ ରଖୁଥିଲେ କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ । ଏହି ସମୟରେ ହଠାତ୍‌ ବିଜେପି ସାଂସଦ ଛିଡ଼ା ହୋଇ କିଛି କହିବାରୁ ରାଗିଯାଇଥିଲେ ଖଡଗେ ।