ମସ୍କୋ : ରୁଷ୍ ଲଗାତାର ଭାବେ ବନ୍ଦର ସହର ମାରିୟୁପୋଲ୍ରେ ବୋମାବର୍ଷା କରୁଥିବା ବେଳେ ଆଜବଷ୍ଟଲ ଷ୍ଟିଲ ପ୍ଲାଣ୍ଟ୍ରେ ଏବେ ବି ୧ ହଜାରରୁ ଅଧିକ ସୈନିକ ଫସି ରହିଛନ୍ତି। ଆଜବଷ୍ଟଲ୍ରେ ଫସି ରହିଥିବା ଜଣେ ରୁଷ୍ କମାଣ୍ଡର ଏବେ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କୁ ଚିଠି ଲେଖିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାପାଇଁ ଏଲନ ମସ୍କ ହସ୍ତକ୍ଷେପ କରିବାପାଇଁ ସେ ଅନୁରୋଧ କରିଛନ୍ତି। କମାଣ୍ଡର ସେରହି ଭୋଲିନା କହିଛନ୍ତି, ଲୋକମାନେ କହନ୍ତି ଯେ ଆପଣ ଲୋକଙ୍କୁ ଅସମ୍ଭବରେ ବିଶ୍ବାସ କରିବାପାଇଁ ଶିଖାଇବାକୁ ଏକ ଭିନ୍ନ ଗ୍ରହରୁ ଆସିଛନ୍ତି। ତେବେ ଆମ ଗ୍ରହରେ ଏବେ ବଞ୍ଚିବା ଅସମ୍ଭବ ହୋଇପଡ଼ିଛି। ଆଜବଷ୍ଟଲ୍ରୁ ଉଦ୍ଧାର କରିବାରେ ଆମକୁ ସହଯୋଗ କରନ୍ତୁ ବୋଲି ସେ ମସ୍କଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷେ ଆଜବଷ୍ଟଲ୍ରେ ଫସିଥିବା ସୈନିକଙ୍କ ପରିବାର ସଦସ୍ୟ ମଧ୍ୟ ସେମାନଙ୍କ ଉଦ୍ଧାର ପାଇଁ ତୁର୍କୀ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି। ଆଜବଷ୍ଟଲ୍ରେ ଫସିଥିବା ସମସ୍ତ ସୈନିକଙ୍କ ପାଇଁ ଜଣେ ହିରୋରେ ପରିଣତ ହୋଇ ସେମାନଙ୍କୁ ଉଦ୍ଧାର କରିବାପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ସେମାନେ ତୁର୍କୀ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି।
ମାରିୟୁପୋଲ୍ ଷ୍ଟିଲ୍ ପ୍ଲାଣ୍ଟ୍ରେ ଭୟାନକ ସ୍ଥିତି: ଉଦ୍ଧାର ପାଇଁ ଏଲନ ମସ୍କଙ୍କୁ ୟୁକ୍ରେନ୍ କମାଣ୍ଡରଙ୍କ ଆକୁଳ ନିବେଦନ
/sambad/media/post_attachments/wp-content/uploads/2022/05/steel-plant-ukrine.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)