ପେଶାୱର: ପାକିସ୍ତାନରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ବାନୁ ସେନା କାଣ୍ଟନମେଣ୍ଟ ଅଂଚଳରେ ଏହି ଆତ୍ମଘାତୀ ଆକ୍ରମଣ ହୋଇଛି । ଦୁଇଜଣ ଆତଙ୍କବାଦୀ ନିଜକୁ ଉଡ଼ାଇ ଦେଇଥିଲେ। ଏହାପରେ ପାକିସ୍ତାନର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ସେନା ଅଞ୍ଚଳକୁ ସାଧାରଣତଃ ଅତ୍ୟନ୍ତ ସୁରକ୍ଷିତ ଓ ଅଦମ୍ୟ ବୋଲି ବିବେଚନା କରାଯାଏ, ତଥାପି ଆକ୍ରମଣକାରୀମାନେ କେବଳ ଏହି ଜୋନରେ ପ୍ରବେଶ କରିନଥିଲେ, ବରଂ କ୍ୟାଣ୍ଟନମେଣ୍ଟ ଅଞ୍ଚଳ ଉପରେ ମଧ୍ୟ ଆକ୍ରମଣ କରିବାକୁ ସଫଳ ହୋଇଥିଲେ।
ଖୈବର ପଖତୁନଖୱା ପ୍ରଦେଶର ବାନୁ କ୍ୟାଣ୍ଟନମେଣ୍ଟର କାନ୍ଥ ନିକଟରେ ଦୁଇ ଜଣ ଆତ୍ମଘାତୀ ଆକ୍ରମଣକାରୀ ଆତ୍ମଘାତୀ ବିସ୍ଫୋରଣ କରିଥିଲେ। କାନ୍ଥ ଭାଙ୍ଗିବା ପରେ ୫ରୁ ୬ ଜଣ ଆକ୍ରମଣକାରୀ ସେନା କ୍ୟାଣ୍ଟନମେଣ୍ଟଭିତରକୁ ପଶିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କୁ ଗୁଳି କରି ମାରିଦିଆଯାଇଥିବା ପୁଲିସ କହିଛି।
ପୁଲିସର ସୂଚନା ଅନୁସାରେ, ଉତ୍ତର-ପଶ୍ଚିମ ପାକିସ୍ତାନର ଏକ ସେନା କ୍ୟାଣ୍ଟନମେଣ୍ଟରେ ମଙ୍ଗଳବାର ଏହି ଆତଙ୍କୀ ଆକ୍ରମଣ ହୋଇଥିଲା । ତେବେ ବଡ଼ କ୍ଷତି ହେବା ପୂର୍ବରୁ ସୁରକ୍ଷାବାହିନୀ ସେମାନଙ୍କୁ ମାରିଦେଇଥିଲେ । ସନ୍ଧ୍ୟାରେ ଖୈବର ପଖତୁନଖୱା ପ୍ରଦେଶର ବାନୁ କ୍ୟାଣ୍ଟନମେଣ୍ଟର କାନ୍ଥ ନିକଟରେ ଦୁଇ ଜଣ ଆତ୍ମଘାତୀ ଆକ୍ରମଣକାରୀ ଆତ୍ମଘାତୀ ବିସ୍ଫୋରଣ କରିଥିଲେ। କାନ୍ଥ ଭାଙ୍ଗିବା ପରେ ୫ରୁ ୬ ଜଣ ଆକ୍ରମଣକାରୀ ସେନା କ୍ୟାଣ୍ଟନମେଣ୍ଟଭିତରକୁ ପଶିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କୁ ଗୁଳି କରି ମାରିଦିଆଯାଇଥିବା ପୁଲିସ କହିଛି। ତେବେ ଆତ୍ମଘାତୀ ଆକ୍ରମଣକାରୀମାନେ ଆତ୍ମଘାତୀ ବିସ୍ଫୋରଣ କରିବା ପରେ କ୍ୟାଣ୍ଟନମେଣ୍ଟ ଓ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।
ସମଗ୍ର ବିଶ୍ୱରେ ଆତଙ୍କବାଦକୁ ସୁରକ୍ଷିତ ଆଶ୍ରୟ ଦେଉଥିବା ଦେଶ ଭାବେ ପାକିସ୍ତାନ କୁଖ୍ୟାତ। ବେଲୁଚିସ୍ତାନଠାରୁ ଆରମ୍ଭ କରି ଖୈବର ପଖତୁନଖୱା ପର୍ଯ୍ୟନ୍ତ ପାକିସ୍ତାନୀ ସେନା ଓ ପୁଲିସ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସମସ୍ତ ଦାବି ସତ୍ତ୍ୱେ ପାକିସ୍ତାନର ଅନେକ ଅଞ୍ଚଳ ନିଜକୁ ସ୍ୱୟଂଶାସିତ କରିବା ପାଇଁ ଆନ୍ଦୋଳନ ଚଳାଇଛନ୍ତି।