କାବୁଲ: ଉତ୍ତର ଆଫ୍ଗାନ ସହର କୁନ୍ଦୁଦରେ ଏକ ଆତ୍ମଘାତୀ ବିସ୍ପୋରଣରେ ଅତି କମ୍ରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ପୁଲିସ ବାହିନୀକୁ ଟାର୍ଗେଟ୍ କରି ଏହି ଆକ୍ରମଣ ହୋଇଥିବା ପ୍ରକାଶ। ଆଫଗାନ ସୁରକ୍ଷା ବାହିନୀ ଏବଂ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ୨୦ରୁ ଅଧିକ ସ୍ଥାନରେ ସଂଘର୍ଷ ଜାରି ରହିଥିବା ଜଣାପଡ଼ିଛି। ଗତ ୩ ଦିନ ମଧ୍ୟରେ ଆଫ୍ଗାନ ସେନା ୩୦ରୁ ଅଧିକ ତାଲିବାନ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି।