କର୍ଣ୍ଣାଟକରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

ସୁରକ୍ଷା କଡ଼ାକଡ଼ି, ହିଣ୍ଡନ୍‌ ବାୟୁସେନା ଘାଟିରେ ହାଇ ଆଲର୍ଟ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ହେଉଥିବା ନେଇ ଗୁଇନ୍ଦା ତଥ୍ୟ ମିଳିବାପରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। କର୍ଣ୍ଣାଟକର ପ୍ରମୁଖ ସହରଗୁଡ଼ିକରେ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ସମସ୍ତ ବସ୍‌ ଷ୍ଟାଣ୍ଡ୍‌, ରେଳ ‌ଷ୍ଟେସନ୍‌ , ମନ୍ଦିର, ବଜାର , ମଲ୍‌ ଏବଂ ସରକାରୀ ଅଫିସ୍‌ଗୁଡ଼ିକରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ବେଙ୍ଗାଲୁରୁ, ହୁବାଲ୍ଲି-ଧରୱଡ଼, କଲବୁର୍ଗି, ରାଇଚୁର, ଚିତ୍ରଦୂର୍ଗା, ମାଙ୍ଗାଲୁରୁ, ଉଡ଼ୁପି, ମହୀଶୁର ଏବଂ ତୁମକୁରୁରେ ମଧ୍ୟ ଅତିରିକ୍ତ ସୁରକ୍ଷା କର୍ମୀ ମୁତୟନ କରାଯାଇଛି। ରେଳ ଷ୍ଟେସନ୍‌ ଏବଂ ବସ୍‌ଷ୍ଟାଣ୍ଡ୍‌ ଗୁଡ଼ିକରେ ଯାତ୍ରୀମାନଙ୍କର ବ୍ୟାଗ୍‌ ଯାଞ୍ଚ କରାଯାଇଥିବା ଦେଖିବାକୁ ମିଳିଛି। ମାଙ୍ଗାଲୁରୁରେ କିଛି ଗ୍ୟାଙ୍ଗଷ୍ଟରଙ୍କଠାରୁ ପିସ୍ତଲ ଏବଂ କାଟ୍ରିଜ୍‌ ଜବତ କରାଯାଇଛି। ଅନ୍ୟପକ୍ଷେ ହିଣ୍ଡନ୍‌ ବାୟୁସେନା ଘାଟିରେ ମଧ୍ୟ ସୁରକ୍ଷା କଡ଼ାକଡ଼ି କରାଯାଇଛି। ବାୟୁସେନା ଘାଟି ମଧ୍ୟରେ ଥିବା ୨ଟି କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ଗୋଟିଏ ବାୟୁସେନା ସ୍କୁଲ୍‌କୁ ବନ୍ଦ କରି ଦିଆଯାଇଛି। ନୂଆଦିଲ୍ଲୀରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ସୁରକ୍ଷା କଡ଼ାକଡ଼ି କରାଯାଇଛି। ରାଜ୍ୟର ଶତାଧିକ ସ୍ଥାନରେ ଚଢ଼ଉ ମଧ୍ୟ ଜାରି ରହିଥିବା ପ୍ରକାଶ।

ସମ୍ବନ୍ଧିତ ଖବର